ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୨୩-୦୮-୨୦୨୧)

ମେଷ:ଦିନଟି ଉତ୍ତମ ଆୟ ହେବ। ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ମହିଳାମାନଙ୍କର ସ୍ବାଧୀନତା ରହିବ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ଆଜ୍ଞାଧୀନ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ବୃଷ:ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ଓ ସହଯୋଗ ପାଇବେ। ଚାକିରିରେ ଧନସମ୍ମାନ ପାଇବେ। ପ୍ରଶାସନିକ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ଚାକିରିରେ ସମସ୍ୟା ରହିବ। ମହିଳାମାନେ ନିରାଶରେ ସମୟ କଟାଇବେ। ଶିଳ୍ପ, ବାଣିଜ୍ୟରେ ଚିନ୍ତାଜନକ ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡିପାରନ୍ତି। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

କର୍କଟ:ଆତ୍ମୀୟମାନଙ୍କ ଦ୍ବାରା ଭର୍ତ୍ସନା ପାଇପାରନ୍ତି। ଚାକିରିରେ ଅପଦସ୍ତ ହୋଇପାରନ୍ତି। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଅସଫଳ ହେବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ:ବନ୍ଧୁବାନ୍ଧବଙ୍କ ସହଯୋଗ ପାଇ ଆଗେଇ ଚାଲିବେ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କନ୍ୟା:କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ଚାକିରିରେ ସହଯୋଗ ପାଇବେ।ମହିଳାମାନେ ସୁଖୀ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

ତୁଳା:ଯୋଜନା କରି ଅସଫଳ ହେବେ। ସାଂସାରିକ ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ବିଛା:ବହୁ ପରିଶ୍ରମ କରି ସଫଳତା ପାଇବେ। ହଠାତ୍‌ ଦୂରଯାତ୍ରା କରିପାରନ୍ତି। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:କୌଣସି ବଡ ଧରଣର କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ହେବେ। ଭାତୃଭଗ୍ନୀଙ୍କ ସହଯୋଗ ମିଳିବ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ମକର:ଆର୍ଥିକ ଯୋଜନା ଫଳପ୍ରସୂ ହେବ। ସାଂସାରିକ ଉତ୍ତମ ବୁଝାମଣା ରହିବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ସଫଳ ହେବେ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ।ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ଦ୍ରବ୍ୟାଦି ପ୍ରାପ୍ତି ହୋଇପାରେ। ଚାକିରିରେ ପ୍ରଶଂସା ପାଇବେ। ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଆର୍ଥିକ ସଙ୍କଟ ଦେଖାଦେବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave A Reply

Your email address will not be published.