ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୧ – ୧୧ – ୨୦୨୨ )

ମେଷ: ପାରିବାରିକ ସମସ୍ୟା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସହଯୋଗ ମିଳିବ। ଛାତ୍ରଛାତୀମାନେ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧିପାଇବ। ବ୍ୟବସାୟରେ ଆଶାନୁରୂପ ଫଳ ମିଳିବ।

ବୃଷ: ଯେକୌଣସି ଉପାୟରେ କାର୍ଯ୍ୟ ହାସଲ କରିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ମହିଳାମାନେ ରକ୍ଷଣାଶୀଳ ହେବେ। ବ୍ୟବସାୟରେ ଅଧିକ ସଞ୍ଚୟ ହେବ। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

ମିଥୁନ: ମହିଳାମାନେ କର୍ମକ୍ଷେତ୍ରରେ ଅଳସୁଆ ଅନୁଭବ କରିବେ। ସାଂସାରିକ ଜୀବନ ଅଶାନ୍ତି ଭିତରେ ଗତି କରିବ। ପାରିବାରିକ କାର୍ଯ୍ୟଭାର ବଢ଼ିବ। ସନ୍ତାନ ପାଇଁ ପିତାମାତା ଚିନ୍ତାରେ ରହିବେ।

କର୍କଟ: ଦିନଟି ସୁଖଶାନ୍ତିରେ କଟିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ସାଉଁଟିବେ। ବାଣିଜ୍ୟ ଲାଭଜନକ ରହିବ। ଛାତ୍ରଛାତ୍ରୀ ଉତ୍ସାହିତ ରହିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଗୁରୁଜନଙ୍କ ନିଷ୍ପତ୍ତିକୁ ମାନି ଚଳନ୍ତୁ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖାଦେବ। ବ୍ୟୟବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରେ। ମହିଳାମାନେ ଚିନ୍ତାରେ ରହିବେ।

କନ୍ୟା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇ ଆଶ୍ବସ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ନିଜ ସୃଜନଶୀଳତାର ପରିଚୟ ଦେବେ । ବ୍ୟବସାୟରେ ଉତ୍ତମ ଆୟ ହେବ। ଛାତ୍ରଛାତ୍ରୀ କୃତିତ୍ବ ଅର୍ଜନ କରିବେ।

ତୁଳା:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବା ସହ ପଦୋନ୍ନତି ହୋଇପାରେ। ବନ୍ଧୁବାନ୍ଧବଙ୍କ ଆଗମନରେ ଉତ୍ସାହିତ ହେବେ। ଛାତ୍ରଛାତ୍ରୀ ଆଶାଜନକ ଫଳ ପାଇବେ।

ବିଛା: ଭବିଷ୍ୟତ ଯୋଜନାକୁ ସ୍ଥଗିତ ରଖନ୍ତୁ। ପାରିବାରିକ ପରିବେଶ ଚିନ୍ତାର କାରଣ ହୋଇପାରେ । ସାଙ୍ଗସାଥୀଙ୍କ ସହ ଠିକ୍‌ ବୁଝାମଣା ରହିବ ନାହିଁ। ନୂତନ ସମ୍ପର୍କ ନିବିଡ଼ ହୋଇପାରେ।

ଧନୁ: ଜୀବନସାଥୀଙ୍କ ସହଯୋଗ ମିଳିବ। ଆର୍ଥିକ ସମସ୍ୟା ଦେଖାଦେଇପାରେ। ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ । କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବ। ମହିଳାମାନେ ହତାଦର ହେବେ।

ମକର: ଉତ୍ତମ ଆସନରେ ଅଳଂକୃତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହଯୋଗ ପାଇବେ। ମହିଳାମାନେ ସ୍ବାଧୀନ ଭାବରେ କାର୍ଯ୍ୟ କରିବେ। ପୂର୍ବକଥାକୁ ମନେପକାଇ ମାନସିକ ଅଶାନ୍ତିରେ ରହିପାରନ୍ତି।

କୁମ୍ଭ: ମହିଳାମାନେ ଦୃଢ଼ମନା ହୋଇ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ପାରିବାରିକ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ।

ମୀନ: କୌଣସି କାର୍ଯ୍ୟ ବିଗିଡ଼ିଯାଇପାରେ । କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବା ସହ ବିବାଦୀୟ ପରିସ୍ଥିତି ଉପୁଜିବ । ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଛାତ୍ରଛାତ୍ରୀ ଅସ୍ଥିରମନା ହେବେ।

Leave A Reply

Your email address will not be published.