ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୦ – ୦୬ – ୨୦୨୨ )

ମେଷ : ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅନ୍ୟକୁ ଅଧିକ ଗୁରୁତ୍ବ ଦିଅନ୍ତୁ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ବୃଷ : ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବାକୁ ଲାଗିବ। ଜୀବନସାଥୀଙ୍କ ସହ ସମ୍ପର୍କରେ ଭୁଲ ବୁଝାମଣା ଦେଖାଦେଇପାରେ।

ମିଥୁନ : ପ୍ରିୟଜନଙ୍କ ପାଇଁ ବ୍ୟଥିତ ହେବେ। ସାଙ୍ଗସାଥୀଙ୍କ ସହଯୋଗରେ କାର୍ଯ୍ୟକୁ ସୁଚାରରୂପରେ ସମାପନ କରିବେ। ସନ୍ତାନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ନୂତନ ନିବେଶ କରି ଲାଭବାନ ହେବେ।

କର୍କଟ : କୌଣସି କଥାକୁ ନେଇ ଦୁଃଖିତ ରହିବେ। କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିବେ। ବ୍ୟବସାୟରେ ଅଶାନୁରୂପ ଫଳ ପାଇବେ ନାହିଁ। ବାଦବିବାଦ ସ୍ଥିତିରୁ ଦୂରେଇ ରୁହନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ : ଅଧିକ ପରିଶ୍ରମ କରି ଅସୁସ୍ଥ ମନେ କରିପାରନ୍ତି। ଦ୍ବନ୍ଦ୍ବରେ ପଡ଼ି ନିବେଶ କରନ୍ତୁ ନାହିଁ। ଆଶା କରିଥିବା ଦିଗରୁ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ।

କନ୍ୟା : ସଫଳତା ପାଇବାକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ନିଜ ଭାବନା ଉପରେ ନିୟନ୍ତ୍ରଣ କରନ୍ତୁ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା : କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ।

ବିଛା : କୌଣସି ଶୁଭ ଖବର ପାଇପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇପାରେ।

ଧନୁ : ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରିବାରିକ ଅଶାନ୍ତି କଷ୍ଟ ଦେଇପାରେ। ନିବେଶ କରିବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ଗୁରୁଜନଙ୍କ ଆର୍ଶୀବାଦ ନେଇ ଆଗକୁ ବଢ଼ିବେ।

ମକର : ନିଜ ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହେବେ। ଉଚ୍ଚଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ପାଇଁ ଗୁରୁତ୍ବ ଦେବେ। ପୁରୁଣା କଥାକୁ ମନେ ପକାଇ ଦୁଃଖିତ ହେବେ।

କୁମ୍ଭ : ଉତ୍ତମ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସମୟର ସଦୁପଯୋଗ କରିବେ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।

ମୀନ : ମାନସିକ ଚିନ୍ତା ବଢ଼ିବାକୁ ଲାଗିବ। ଗୁରୁଜନଙ୍କ ପରାମର୍ଶରେ କାର୍ଯ୍ୟ କରି ସଫଳ ହେବେ। ଶତ୍ରୁମାନଙ୍କର କୂଟ ଚକ୍ରାନ୍ତର ଶୀକାର ହୋଇପାରନ୍ତି। ସ୍ବାସ୍ଥ୍ୟହାନି ହୋଇପାରେ।

Leave A Reply

Your email address will not be published.