ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୨୦ – ୦୩ – ୨୦୨୩ )

ମେଷ: ମାନସିକ ଚିନ୍ତାରେ ରହି ସଠିକ୍‌ ଭାବରେ କାର୍ଯ୍ୟ କରିପାରିବେ ନାହିଁ। ଅନେକ ନୂତନ ବିଚାର ମନରେ ଦ୍ବନ୍ଦ୍ବ ସୃଷ୍ଟି କରିପାରେ। ଆୟର ସ୍ରୋତକୁ ମଜଭୁତ୍‌ କରିବା ପାଇଁ ପ୍ରଚେଷ୍ଟା କରିବେ।

ବୃଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନରେ କିଛିଟା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ନିଜ ନିଷ୍ପତ୍ତିରେ ଅଟଳ ରହିବେ। ପ୍ରିଜଜନଙ୍କଠାରୁ ଉଚିତ ପରାମର୍ଶ ପାଇବେ।

ମିଥୁନ: ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ। ଅଯଥା କଥାରୁ ନିଜକୁ ଦୂରେଇ ରଖିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ସାଙ୍ଗସାଥୀଙ୍କୁ ନିଜ ମନ କଥା କହି ଆତ୍ମସନ୍ତୋଷ ପାଇବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ଓ ପାରିବାରିକ ଅଶାନ୍ତି ମାନସିକ ଅବସାଦର କାରଣ ପାଲଟିପାରେ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଂକୁଶ ଲଗାଇବେ। ଉଧାର ଦେଇଥିବା ଅର୍ଥ ଫେରି ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଦରକାରୀ ଦସ୍ତାବିଜ ଦାୟିତ୍ବର ସହ ରଖନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁମୟ ରହିବ। ଜରୁରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

କନ୍ୟା: ଛାତ୍ରମାନଙ୍କ କ୍ୟାରିଅରରେ ନୂତନ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟରେ ପ୍ରିୟଜନଙ୍କ ସହଯୋଗ ପାଇବେ। ନୂତନ ନିଯୁକ୍ତି ସୁଯୋଗ ପାଇପାରନ୍ତି। ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ ।

ତୁଳା: ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହିବା ଆବଶ୍ୟକ । ଜୀବନକୁ ସଠିକ୍ ଦିଗକୁ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ। ଅନୁଭବୀ ବ୍ୟକ୍ତିଙ୍କଠାରୁ ଉଚିତ ପରାମର୍ଶ ପାଇବେ।

ବିଛା: ଦିନଟି ସବୁଦୃଷ୍ଟିରୁ ଭଲ ରହିବ। ପରିବାର ପାଇଁ ବ୍ୟଥିତ ରହିବେ। ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ।

ଧନୁ: ଅସମ୍ଭବ କାର୍ଯ୍ୟକୁ ପୂରଣ କରିବାରେ ମଧ୍ୟ ସଫଳ ହେବେ। ପରିବାରବର୍ଗଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରେ।

ମକର: ନୂତନ ନିବେଶରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଦୀର୍ଘଦିନଧରି ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। ମହିଳାମାନେ ଆଳସ୍ୟତା ପାଇଁ କଷ୍ଟ ପାଇପାରନ୍ତି।

କୁମ୍ଭ: ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ କରିବେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିବାକୁ ଲାଗିବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ପୂରଣ କରିପାରିବେ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ।

ମୀନ: ପରିବାରବର୍ଗଙ୍କ ମଧ୍ୟରେ ବୁଝାମଣା ଉତ୍ତମ ରହିବ। ସାହିତ୍ୟ ସହ ଜଡ଼ିତ ଲୋକଙ୍କୁ ପ୍ରୋତ୍ସାହନ ମିଳିବ। ସୁଯୋଗର ସଠିକ୍‌ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ।

Leave A Reply

Your email address will not be published.