ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୯ – ୦୯ – ୨୦୨୨ )

ମେଷ: ସକାରାତ୍ମକ ଭାବନା ରଖି କାର୍ଯ୍ୟ କରନ୍ତୁ। ଅତୀତ କଥା ମନେ ପକାଇ ଚିନ୍ତାଗ୍ରସ୍ତ ରହିବେ। ଅନ୍ୟ ଉପରେ ଅଧିକ ନିର୍ଭରଶୀଳ ହୋଇ କଷ୍ଟ ପାଇପାରନ୍ତି।

ବୃଷ: ପରିବାର ଓ ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ। ବିଭିନ୍ନ କ୍ଷେତ୍ରରୁ ଧନଲାଭ ଯୋଗ ରହିଛି। ସାହିତ୍ୟ ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ସ୍ବାସ୍ଥ୍ୟ ପାଇଁ ସଚେତନ ହେବା ଆବଶ୍ୟକ।

ମିଥୁନ: ନିଜ ଜୀବନରେ ଭିନ୍ନ ପରିବର୍ତ୍ତନ ଦେଖାଦେବ। ଜୀବନସାଥୀଙ୍କୁ ଅଧିକ ଗୁରୁତ୍ବ ଦେବେ। ଅନ୍ୟକୁ ସାହାଯ୍ୟ କରିବାରେ ମଉକା ପାଇପାରନ୍ତି। ସ୍ବାଧୀନଭାବରେ ନିଷ୍ପତ୍ତି ନେଇପାରନ୍ତି।

କର୍କଟ: ପରିବାରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇ ପାରେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ବୈବାହିକ ଜୀବନରେ ଶାନ୍ତି ରହିବ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ଭଲରେ କଟିବ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପାରିବାରିକ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ। ମନର ଶାନ୍ତି ପାଇଁ ଭଗବାନ୍‌ଙ୍କ ଦର୍ଶନ କରନ୍ତୁ।

କନ୍ୟା: ସମୟ ଓ ସୁଯୋଗର ସଠିକ୍‌ ଉପଯୋଗ କରିବେ। କୌଣସି ଶୁଭ ଖବର ପାଇଁ ଉତ୍ସାହିତ ହେବେ। ନିଜ ବୁଦ୍ଧି ବଳରେ ପରିସ୍ଥିତିକୁ ସମ୍ଭାଳିନେବେ। ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ।

ତୁଳା: ଆଶା କରି ନଥିବା ଦିଗରୁ ଧନଲାଭ କରିପାରନ୍ତି। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ସମୟର ସଦୁପଯୋଗ କରନ୍ତୁ। ପ୍ରେମ ସମ୍ପର୍କରେ ନିବିଡ଼ତା ବଢ଼ିବ।

ବିଛା: ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଦୀର୍ଘଦିନର ସମସ୍ୟାର ସମାଧାନ ଘଟିବ।

ଧନୁ: ବ୍ୟସ୍ତତା ମଧ୍ୟରେ ରହି ଅସୁସ୍ଥ ମଣିବେ। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ସହକର୍ମୀଙ୍କ ସହ ମତାନ୍ତର ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ।

ମକର: ପରିଶ୍ରମ ଅନୁସାରେ ଫଳ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ବ୍ୟବସାୟରେ ଆଂଶିକ ଭାବରେ ଲାଭ ପାଇବେ। ଜୀବନସାଥୀଙ୍କଠାରୁ ସହଯୋଗ ପାଇ ଆଗକୁ ବଢ଼ିବେ। ଯାତ୍ରାଯୋଗ ରହିଛି।

କୁମ୍ଭ: ମାନସିକ ଅବସାଦ ବଢ଼ିବ। ପରିବାରରେ ଦାୟିତ୍ବଭାର ବଢ଼ିବାକୁ ଲାଗିବ। ନୂତନ ବିନିଯୋଗ କରି ଲାଭବାନ ହେବେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ସୃଜନଶୀଳତାର ପରିଚୟ ଦେବେ।

ମୀନ: ନୂତନ କାର୍ଯ୍ୟ କରିବାର ଅବସର ପାଇବେ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୁରୁଜନଙ୍କ ସହ ଅଧିକ ସମୟ କଟାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

Leave A Reply

Your email address will not be published.