ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୧୯-୭-୨୦୨୧)

ମେଷ: ଦିନଟି ହର୍ମୋଲ୍ଲାସ ଭିତରେ କଟିବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଚାକିରିରେ ପ୍ରଶଂସିତ ହେବେ।ପରିବହନ, ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ବୃଷ:କର୍ମକ୍ଷେତ୍ରରେ ସହଯୋଗ ପାଇବେ । ରାଜନୀତିରେ ବିରୋଧୀମାନେ ପ୍ରଶମିତ ହେବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଲାଭଜନକ ହେବେ । ଶୁଭ ଅଙ୍କ,୫,ଶୁଭ ରଙ୍ଗ-ସବୁଜ

ମିଥୁନ:ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ । ରାଜନୀତିରେ ଉଚ୍ଚସମ୍ମାନ ପାଇବେ । ଚାକିରିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

କର୍କଟ:କର୍ମକ୍ଷେତ୍ର ମନ୍ଥର ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଚିନ୍ତାରେ ରହିବେ । ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ:କାର୍ଯ୍ୟ ମନ୍ଥର ଓ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ବିରକ୍ତିମନା ରହିବେ । ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟରେ ବ୍ୟୟ ଦେଖାଦେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

କନ୍ୟା:ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ । ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ତୁଳା:ସହଯୋଗ ପାଇ ଆଗେଇ ଚାଲିବେ । ପ୍ରଶାସନିକ ଓ ରାଜନୀତିରେ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳା ହେବେ । ବାଣିଜ୍ୟରେ ସଫଳ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

ବିଛା: ଶୃଙ୍ଖଳିତ ଭାବରେ କାର୍ଯ୍ୟ ସମାପନ କରିବେ । ରାଜନୀତିରେ ସମ୍ମାନ ବୃଦ୍ଧି ପାଇବ । ସାଂସାରିକ ଦାନଧର୍ମରେ ମନ ରହିବ । ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

ଧନୁ:ମରୀଚିକା ପଛେ ଦୌଡିବା ଭଳି ମନେ ହେବ | ଚାକିରିରେ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ ଅସହଯୋଗ ରହିବ। ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର:କର୍ମକ୍ଷେତ୍ର ପରିସର ବୃଦ୍ଧି ପାଇବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଆୟବୃଦ୍ଧି ହେବ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

କୁମ୍ଭ:ଦାନ ଧର୍ମ ଓ ଅନୁଶାସନ ଭିତରେ ସମୟ କଟିବ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମୀନ:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ । ଚାକିରିରେ ଅଭିଯୋଗ ଆସିବ। ମହିଳାମାନେ ହତାଦର ରହିବେ। ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

Leave A Reply

Your email address will not be published.