ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୮–୦୭–୨୦୨୨ )

ମେଷ : କୌଣସି ଶୁଭ ସମାଚାର ପାଇ ଉତ୍ସାହିତ ହେବେ। ବରିଷ୍ଠ ସହଯୋଗୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ସମସ୍ତଙ୍କ ସହ ମିତ୍ରତାପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ କରିବା ଦ୍ବାରା ସଫଳତା ପାଇବେ।

ବୃଷ : ଜୀବନରେ ଭିନ୍ନମୋଡ଼ ଦେଖାଦେବ। ଆବଶ୍ୟକଠାରୁ ଅଧିକ ଖର୍ଚ୍ଚ କରିବା ଦ୍ବାରା ଚିନ୍ତାରେ ପଡ଼ିବେ। ଲେଖାପଢ଼ାରେ ଶିକ୍ଷକଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଅକସ୍ମାତ୍‌ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ।

ମିଥୁନ : କୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଭୟ ପାଇପାରନ୍ତି। ଗୁରୁଜନଙ୍କୁ ନିଜ ପ୍ରେରଣା ମାନି ଆଗକୁ ବଢ଼ିବେ। ପରିବାରବର୍ଗ ତଥା ସାଙ୍ଗସାଥୀଙ୍କଠାରୁ ସହଯୋଗ ପାଇବେ। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

କର୍କଟ : ବରିଷ୍ଠ ଅଧିକାରୀଙ୍କଠାରୁ ପୁରସ୍କାର ପାଇପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ପ୍ରଶଂସାର ପାତ୍ର ହେବେ। ପରିବାରରେ କୌଣସି ବିଷୟକୁ ନେଇ ମତାନ୍ତର ଦେଖାଯାଇପାରେ ।

ଏଥିସହିତ ପଢ଼ନ୍ତୁ

ସିଂହ : ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସମୟର ସଦୁପଯୋଗ କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ନିଜ ଦାୟିତ୍ବକୁ ସୁଚାରୁ ରୂପରେ ତୁଲାଇବେ।

କନ୍ୟା : ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଉତ୍ସାହର ସହ ଦିନଟି କଟିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଭ୍ରମଣଯୋଗ ରହିଛି।

ତୁଳା : ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ପୂର୍ବକଥା ଭାବି ଚିନ୍ତାଗ୍ରସ୍ତ ହେବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକସ୍ଥିତି ମଜଭୁତ୍‌ ରହିବ। ଦାମ୍ପତ୍ୟ ଜୀବନରେ ବାଦବିବାଦ ସ୍ଥିତି ଉପୁଜିପାରେ।

ବିଛା : ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ନିଜର ବ୍ୟବହାର ପାଇଁ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ଧନୁ : କୋର୍ଟକଚେରୀ ମାମଲାରେ ଦୂରଯାତ୍ରା କରିପାରନ୍ତି। ଧାର ଦେଇଥିବା ଧନ ଫେରିପାଇବେ। ଗୁରୁଜନଙ୍କ ସହ ତୀର୍ଥଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି।

ମକର : ସହକର୍ମୀଙ୍କ ସହ ବାଦବିବାଦ ଦେଖାଦେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଉତ୍ତମ ରହିବ। ବେରୋଜଗାରୀ ରୋଜଗାରକ୍ଷମ ହେବେ। ଆର୍ଥିକସ୍ଥିତି ବିଗିଡ଼ି ଯାଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

କୁମ୍ଭ : କୋର୍ଟକଚେରୀ ମାମଲାକୁ ନେଇ ଚିନ୍ତାରେ ରହିବେ। ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ। ବ୍ୟକ୍ତିଗତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମୀନ : ବାଧାବିଘ୍ନକୁ କାଟି ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରବର୍ଗଙ୍କ ସହ ଭ୍ରମଣଯୋଗ ରହିଛି।

Leave A Reply

Your email address will not be published.