ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୧୬-୦୫-୨୦୨୨)

ମେଷ: ଦେହ ଓ ମନ ଭଲ ରହିବ। ପରିବାରରେ ବିବାଦୀୟ ସ୍ଥିତି ଉପୁଜିପାରେ। ଆୟ ଓ ବ୍ୟୟ ସମାନ ରହିବ। ବନ୍ଧୁବାନ୍ଧବଙ୍କଠାରୁ ଆର୍ଥିକ ସହାୟତା ପାଇବେ। ଜୀବନସାଥୀଙ୍କ ସାହାଯ୍ୟ ଲୋଡ଼ିବେ।

ବୃଷ: ଗୃହପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କ ଦୃଢ଼ ହେବ। କଠିନ ପରିଶ୍ରମ କରି ସଫଳତା ହାସଲ କରିବେ। ବ୍ୟବସାୟରେ କ୍ଷତି ସହି ପାରନ୍ତି । ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।

ମିଥୁନ:କୌଣସି ସମସ୍ୟାରେ ପଡ଼ିଯାଇପାରନ୍ତି। ଧାର ମାଗୁଥିବା ବ୍ୟକ୍ତିଙ୍କୁ ଅଣଦେଖା କରିବା ଉଚିତ ହେବ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ବୁଦ୍ଧିମତାର ପରିଚୟ ଦେବେ।

କର୍କଟ: ଦିନଟି ମଧ୍ୟମ ଧରଣର ରହିବ। ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅତୀତ ନିଷ୍ପତ୍ତି ପାଇଁ ମାନସିକ ଅଶାନ୍ତିରେ ପଡ଼ିବେ। ମହିଳାମାନେ ବ୍ୟସ୍ତ ରହିବେ। ଆର୍ଥିକ ସ୍ଥିତି ସଠିକ୍‌ ରହିବ। ଭ୍ରମଣ ଯୋଗ ରହିଛି। ଘରୋଇ ସମସ୍ୟା ଦେଖାଦେଇପାରେ।

କନ୍ୟା: ସମାଜରେ ପ୍ରତିଷ୍ଠା ପାଇବେ। ପୁରୁଣା ନିବେଶରୁ ଲାଭାନ୍ବିତ ହେବେ। ମନ ପ୍ରଫୁଲ୍ଲିତ ରହିବ। ପ୍ରିୟଜନଙ୍କ ସହ ବୁଲାବୁଲି କରିବାକୁ ଯାଇପାରନ୍ତି। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖକର ହେବ।

ତୁଳା:ଗୋପନୀୟ କଥାକୁ ପ୍ରକଟ କରନ୍ତୁ ନାହିଁ। ଅନ୍ୟର ଖୁସିରେ ନିଜକୁ ସାମିଲ କରନ୍ତୁ। ଅର୍ଥ କାରବାର ଧ୍ୟାନ ସହକାରେ କରନ୍ତୁ। ସହକର୍ମୀଙ୍କ ସାହାଯ୍ୟ ପାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ବିଛା:ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଧନଲାଭର ଯୋଗ ରହିଛି। ପାରିବାରିକ ସମ୍ପର୍କରେ ମଧୁରତା ଦେଖାଦେବ। କଠିନ ପରିଶ୍ରମ କରି ସଫଳତା ପାଇବେ। ଅଯଥା କଥାରେ ପଡ଼ନ୍ତୁ ନାହିଁ।

ଧନୁ: ଦିନଟି ବ୍ୟସ୍ତବହୁଳ ରହିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ବନାଇବେ। ଇଚ୍ଛା ଅନୁଯାୟୀ ଫଳ ପାଇବେ। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାେର। ଜୀବନସାଥୀଙ୍କ ସ୍ବସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ।

ମକର: ଦୀର୍ଘ ସମୟରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଘରୋଇ ଦାୟିତ୍ବକୁ ସୂଚାର ଭାବରେ ତୁଲାନ୍ତୁ। ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ଅଧିକ ସମୟ ଅତିବାହିତ କରିବେ।

କୁମ୍ଭ: ଆଜି ଉଦାସୀନ ରହିପାରନ୍ତି। ପ୍ରିୟଜନ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଅର୍ଥକାରବାର ସମୟରେ ସାବଧାନ ରୁହନ୍ତୁ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରନ୍ତୁ। ସହକର୍ମୀଙ୍କ ସହ ମତଭେଦ ଉପୁଜିପାରେ।

ମୀନ: ପାରିବାରିକ ସହଯୋଗ ପାଇଁ ଉନ୍ନତି କରିବେ। କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ। ବ୍ୟବସାୟରେ ସଫଳତା ପାଇବେ। ବାଦବିବାଦରୁ ନିବୃତ୍ତ ରୁହନ୍ତୁ। ବିଦେଶ ଭ୍ରମଣ ଯୋଗ ରହିଛି।

Leave A Reply

Your email address will not be published.