ସୋମବାର ରାଶିଫଳ (୧୪-୬-୨୦୨୧)

ମେଷ : କୌଣସି ବିବାଦୀୟ ପରିସ୍ଥିତି ଉପୁଜିପାରେ | ଚାକିରୀରେ ସହକର୍ମୀଙ୍କ ସଙ୍ଗେ ମନାନ୍ତର ହୋଇପାରେ । ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ | ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ବୃଷ : ଶ୍ରମ ତୁଳନାରେ ଅଧିକ ଫଳ ପାଇବେ । ଚାକିରିରେ ସମ୍ମାନ ବଢିବ । ପ୍ରଶାସନିକ ଦାୟିତ୍ଵ ବୋଧ ରହିବ I ବାଣିଜ୍ୟରେ ଉନ୍ନତିଦାୟକ ରହିବ-ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ

ଏଥିସହିତ ପଢ଼ନ୍ତୁ

ମିଥୁନ : ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ । ମହିଳାମାନେ ରକ୍ଷଣଶୀଳ ହେବେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ନୂତନତା ଆସିବ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

କର୍କଟ : ଦିନଟି ହଷୋଲାସରେ କଟିବ | ଚାକିରିରେ ପ୍ରଶଂସିତ ହେବେ। ରାଜନୀତିରେ ସୁନାମ ପାଇବେ | ବାଣିଜ୍ୟରେ ଶୁଭଦାୟକ ରହିବ | ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ : ବ୍ୟୟ ବହୁଳତା ଓ ଋଣ ପ୍ରଭାବିତ ହୋଇପାରନ୍ତି । ଚାକିରିରେ ସ୍ଥାନାନ୍ତର ହୋଇପାରେ । ପରିବହନ ଓ ବାଣିଜ୍ୟରେ ସମସ୍ୟା ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

କନ୍ୟା : ଏକାଦଶସ୍ତ୍ର ଚନ୍ଦ୍ରଙ୍କ କାରଣରୁ କାର୍ଯ୍ୟ ସିଦ୍ଧି ଓ ସୁଖସମ୍ମାନ ପ୍ରାପ୍ତି ହେବ | ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ-ଧଳା

ତୁଳା : ବିଭିନ୍ନ ଉପାୟରେ ଆୟ ହେବ। ପ୍ରଶାସନିକ ଓ ରାଜନୀତିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ I ବାଣିଜ୍ୟରେ ପ୍ରସିଦ୍ଧି ବଢିବ | ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ବିଛା : ସବୁରୀ କାର୍ଯ୍ୟରେ ଆଗେଇ ଚାଲିବେ | ମହିଳାମାନେ ସଂସ୍କାରପ୍ରିୟ ହେବେ । ବାଣିଜ୍ୟରେ ଆଶାଜନକ ଫଳ ପାଇବେ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

ଧନୁ : କର୍ମକ୍ଷେତ୍ରରେ ଠକାମୀରେ ପଡିପାରନ୍ତି । ମହିଳାମାନେ ହତାଦର ହେବେ | ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ମକର : ଦିନଟି ଉତ୍ସାହଜନକ ରହିବ | ରାଜନୀତିରେ ପ୍ରସିଦ୍ଧି ବଢିବ । ମହିଳାମାନେ ସୁଖୀ ରହିବେ | ବାଣିଜ୍ୟରେ ଲାଭଦାୟକ ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ : ପରିଶ୍ରମର ଫଳ ପାଇବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ପ୍ରଶାସନିକ ଦାୟିତ୍ବବୋଧ ସୁଚାରୁରୂପେ ତୁଲାଇବେ | ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ

ମୀନ : ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡି ଯାଇପାରେ । ଚାକିରିରେ ଅବହେଳା ରହିବ I ବାଣିଜ୍ୟରେ ବ୍ୟୟ ବହୁଳତା ରହିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave a comment