ସୋମବାର ରାଶିଫଳ ( ୧୩-୦୯-୨୦୨୧ )

ମେଷ : ଦିନଟି ବିଷମ ପରିସ୍ଥିତି ଦେଖାଦେବ । ସାଂସାରିକ ଅଶାନ୍ତି ଦେଖାଦେବ । ମହିଳାମାନେ ଦୁଶ୍ଚିନ୍ତାରେ ରହିବେ | ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଭ୍ରମରେ ପଡିବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ମେରୁନ୍

ବୃଷ : ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ | ରାଜନୀତିରେ ଧନସମ୍ମାନ ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ | ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା

ଏଥିସହିତ ପଢ଼ନ୍ତୁ

ମିଥୁନ : ଦୃଢ ମନୋବଳ ଯୋଗୁଁ ସଫଳତା ମିଳିବ। ଶତ୍ରୁମାନେ ଅୟତ୍ତାଧୀନ ହେବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ସଫଳ ହେବ। ଶିକ୍ଷାର୍ଥୀ ଯଶ ପାଇବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

କର୍କଟ : ବୁଦ୍ଧିମତା ଦ୍ଵାରା କାର୍ଯ୍ୟ ହାସଲ କରିବେ । ରାଜନୀତିରେ ଜନସେବାରେ ବ୍ରତୀ ରହିବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ସିଂହ : କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି । ଚାକିରିରେ ପ୍ରତିକୂଳ ପରିସ୍ଥିତି ରହିବ। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ । ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ | ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

କନ୍ୟା : ଉଚ୍ଚ ଆଶା ପୂରଣ ହେବ। ଚାକିରିରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ସୁଖୀ ରହିବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ସଫଳତା ପାଇବ | ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ

ତୁଳା : ଦିନଟି ଚଳଚଞ୍ଚଳ ରହିବେ। ରାଜନୀତିରେ ଜନ ସମର୍ଥନ ମିଳିବ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ଆଦର ପାଇବେ | ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ବିଛା : ଦିନଟି ହସଖୁସିରେ ଆସର ଜମିପାରେ। ଚାକିରିରେ ସହଯୋଗ ପାଇବେ । ମହିଳାମାନେ ପ୍ରଶଂସିତ ହେବେ । ବାଣିଜ୍ୟ ସନ୍ତୋଷଜନକ ଫଳ ମିଳିବ । ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ | ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ଧନୁ : ଅଧିକ କାର୍ଯ୍ୟ ପାଇଁ କ୍ଳାନ୍ତ ଅନୁଭବ କରିପାରନ୍ତି । ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ | ମହିଳା ବିରକ୍ତିମନା ରହିବେ। ବାଣିଜ୍ୟରେ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ବାଇଗଣୀ

ମକର : ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ମହିଳାମାନେ ସମ୍ମାନ ପାଇବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

କୁମ୍ଭ : କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ । ରାଜନୀତିରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ। ଚାକିରିରେ ସମ୍ମାନ ବୃଦ୍ଧି ପାଇବ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲଭର୍

ମୀନ : ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ କରିବେ । ରାଜନୀତିରେ ପ୍ରସିଦ୍ଧି ବଢିବ I ବାଣିଜ୍ୟରେ କାରଜନକ ରହିବ। ଶୁଭ ଅଙ୍କା-୮, ଶୁଭ ରଙ୍ଗ ନୀଳ

Leave a comment