ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୩ – ୦୩ – ୨୦୨୩ )

ମେଷ: ସହକର୍ମୀଙ୍କଠାରୁ ସଂପୂର୍ଣ୍ଣ ସାହାଯ୍ୟ ପାଇବେ। ନୂତନ ବ୍ୟବସାୟ ପାଇଁ ମନ ବଳାଇବେ। ଦୀର୍ଘ ଦିନ ଧରି ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ। ବିରୋଧୀମାନଙ୍କ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ଦିନଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ଦିଗ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ଫଳାଫଳ ପାଇବେ।

ମିଥୁନ: କର୍ମକ୍ଷେତ୍ରରେ କିଛି ନୂତନ ପରିବର୍ତ୍ତନ ଦେଖାଦେବ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ। ନୂଆ କାରବାରରେ ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇବେ।

କର୍କଟ: ପୁରୁଣା ବନ୍ଧୁଙ୍କ ସହଯୋଗରେ ବଡ଼ ସମସ୍ୟାରୁ ମୁକୁଳିପାରିବେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। ବ୍ୟବସାୟୀମାନଙ୍କ ଆୟ ବୃଦ୍ଧି ପାଇବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।

ଏଥିସହିତ ପଢ଼ନ୍ତୁ

ସିଂହ: ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ଦିନଟି ଉତ୍ତମ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ଅପମାନିତ ହୋଇପାରନ୍ତି। ହେବାକୁ ଯାଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ ।

କନ୍ୟା: କର୍ମସ୍ଥଳୀରେ ସମସ୍ତ କାର୍ଯ୍ୟକୁ ସୁଚାରୂପେ କରି ପ୍ରଶଂସିତ ହେବେ। ଅକସ୍ମାତ୍‌ ଅତିଥିଙ୍କ ଆଗମନ ହୋଇପାରେ। ରାଜନୀତି କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କ ମାନସମ୍ମାନରେ ବୃଦ୍ଧି ହେବ।

ତୁଳା: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ବୁଝି ବିଚାରି କାର୍ଯ୍ୟ କରି ସଫଳତା ପାଇବେ। ପ୍ରତିଦ୍ବନ୍ଦ୍ବୀମାନଙ୍କ ସହ ବାଦବିବାଦ ଦେଖାଦେବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ମାନସିକ ଅବସାଦ ଲାଗି ରହିବ। କର୍ମକ୍ଷେତ୍ରରେ ବିଭିନ୍ନ ବାଧାପ୍ରତିବନ୍ଧକ ଉପୁଜିପାରେ। ଆର୍ଥିକସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ଧନୁ: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ଅଧିକ ଲାଭ ପାଇବା ପାଇଁ ନୂତନ ରାସ୍ତା ପାଇବେ। ଅସହାୟ ବ୍ୟକ୍ତିଙ୍କୁ ଦାନ କରି ଆତ୍ମସନ୍ତୋଷ ପାଇବେ।

ମକର: ପାରିବାରିକ ସମସ୍ୟା ଲାଗି ରହିବ। ଆର୍ଥିକକ୍ଷେତ୍ର ମଜଭୁତ ରହିବ। ନିଜ ବ୍ୟବହାରରେ ପରିବର୍ତ୍ତନ ପାଇଁ ଉଦ୍ୟମ କରିବେ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ।

କୁମ୍ଭ: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଅତ୍ୟଧିକ କାମକରି ମାନସିକ ଅବସାଦରେ ରହିପାରନ୍ତି। ନିଜ ସ୍ବାସ୍ଥ୍ୟ ପାଇଁ ଯତ୍ନଶୀଳ ହେବେ।

ମୀନ: ନୂତନ ନିେବଶ କରିବାରୁ ଦୂରେଇ ରୁହନ୍ତୁ। ପରିବାର ସହ ଆନନ୍ଦପୂର୍ଣ୍ଣ ଦିନ ଅତିବାହିତ କରିପାରନ୍ତି। ବ୍ୟବସାୟ ପ୍ରସାରିତ କରିବା ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

Leave A Reply

Your email address will not be published.