ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୧-୧୦-୨୦୨୧ )

ମେଷ: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି । ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ମହିଳା ହତାଦର ହେବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ବୃଷ: ଦିନଟି ପ୍ରସନ୍ନତା ଭିତରେ କଟିବ। ଚାକିରିରେ ପ୍ରଶଂସା ପାଇବେ। ମହିଳାମାନେ ଉତ୍ସାହିତ ରହିବେ। ଶିଳ୍ପ ଓ ବାଣିଜ୍ୟ ସନ୍ତୋଷଜନକ ରହିବ। ଶିକ୍ଷାର୍ଥୀ ଦୃଢମନା ରହିବେ। ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲିଭର୍

ମିଥୁନ: କର୍ମ କ୍ଷେତ୍ରରେ ଦୃଢମନା ରହିବେ । ରାଜନୀତିରେ ଧନସମ୍ମାନ ପ୍ରାପ୍ତି ହେବ। ପରିବହନ ଓ ବାଣିଜ୍ୟ ଗ୍ରାହକପ୍ରିୟ ହେବେ । ଶିକ୍ଷାର୍ଥୀ ଉଚ୍ଚାଭିଳାଷ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

କର୍କଟ: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ରାଜନୀତିରେ ଲୋକସଂପର୍କ ବୃଦ୍ଧି ପାଇବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ରରେ ମନ୍ଥରତା ରହିବ। ସାଂସାରିକ ଅଭାବ ଅସୁବିଧାରେ ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ଗୋଲାପି

କନ୍ୟା : ବିଭିନ୍ନ ବାଟରେ ଉପାର୍ଜନ କରିବେ । ରାଜନୀତିରେ ଉଚ୍ଚପ୍ରଶଂସା ପାଇବେ। ଚାକିରିରେ ପଦୋନ୍ନତି ହେବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ତୁଳା : ଦିନଟିରେ କର୍ମତତ୍ପର ରହିବେ । ପଡୋଶୀଙ୍କ ସହଯୋଗ ପାଇବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଉଚ୍ଚମନା ହେବେ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

ବିଛା : କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ । ରାଜନୀତିରେ ସୁନାମ ପାଇବେ। ମହିଳା ଯଶଖ୍ୟାତି ପାଇବେ। ବାଣିଜ୍ୟ ମନମୁତାବକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ –କଫି

ଧନୁ : ହେଉଥିବା କାର୍ଯ୍ୟ ବିଗିଡି ଯାଇପାରେ। ଚାକିରିରେ ସମସ୍ୟା ରହିବ। ମହିଳା ହତୋତ୍ସାହ ରହିବେ । ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅନ୍ୟମନସ୍କ ରହିବେ। ଶୁଭ ଅଙ୍କ – ୨, ଶୁଭ ରଙ୍ଗ —ଧଳା

ମକର : କର୍ମକ୍ଷେତ୍ରରେ ପ୍ରସିଦ୍ଧି ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧିହେବ। ମହିଳା ନୂତନ କର୍ମରେ ଯୋଗଦେଇପାରନ୍ତି। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଚ୍ଚ ଫଳ ପାଇବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

କୁମ୍ଭ : କୌଣସି ନୂତନ କର୍ମାରମ୍ଭ କରି ପାରନ୍ତି। ଚାକିରିରେ ସହଯୋଗ ପାଇବେ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଲାଭ ପାଇବେ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲ୍ଡେନ୍

ମୀନ: କର୍ମ କ୍ଷେତ୍ରରେ ସହଯୋଗ ପାଇବେ । ଧର୍ମାଦି କାର୍ଯ୍ୟରେ ମନ ରହିବ। ରାଜନୀତିରେ ଜନସେବାରେ ବ୍ରତୀ ହେବେ । ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ –୧, ଶୁଭ ରଙ୍ଗ –ପିଙ୍କ୍

Leave A Reply

Your email address will not be published.