ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୧–୦୭–୨୦୨୨ )

ମେଷ : ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଦେଖାଦେବ। ଆତ୍ମବିଶ୍ବାସକୁ ଫେରି ପାଇବେ। ସକାରାତ୍ମକ ଚିନ୍ତାର ବିକାଶ ରହିବ। ସାଙ୍ଗସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ନିଜ ବୁଦ୍ଧିବଳରେ କାର୍ଯ୍ୟ ହାସଲ କରିବେ।

ବୃଷ : ପରିବାରଠାରୁ ପୂର୍ଣ୍ଣ ସହଯୋଗ ପାଇବେ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମିଥୁନ : ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ େହବେ। ଦାମ୍ପତ୍ୟ ଜୀବନରେ ବାଦବିବାଦ ଦେଖାଯାଇପାରେ। ଛୋଟ ଛୋଟ କଥାରେ କ୍ରୋଧାନ୍ବିତ ହୁଅନ୍ତୁ ନାହିଁ। ଭୋକିଲାଙ୍କୁ ଖାଦ୍ୟ ଦାନ କରି ଅାତ୍ମସନ୍ତୋଷ ପାଇବେ।

କର୍କଟ : ବନ୍ଧୁବାନ୍ଧବଙ୍କ ନିକଟରେ ଆପଣଙ୍କ ଗୁରୁତ୍ବ ବୃଦ୍ଧି ପାଇବାକୁ ଲାଗିବ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଜରୁରୀ କାର୍ଯ୍ୟକୁ ସମୟ ପୂର୍ବରୁ କରିବାକୁ ଚେଷ୍ଟା କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ : ବିରୋଧୀମାନେ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଗତି ଦେଖାଦେବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଆର୍ଥିକ ଲାଭ ଦ୍ବିଗୁଣିତ ହୋଇପାରେ।

କନ୍ୟା : ଗୋପନ କଥାକୁ ଉନ୍ମୋଚନ କରନ୍ତୁ ନାହିଁ। ବ୍ୟବସାୟରେ ଅଧିକ ଧନଲାଭ ଯୋଗ ରହିଛି। କୌଣସି ବ୍ୟକ୍ତିଙ୍କ ସହଯୋଗରେ ଆଗକୁ ଅଗ୍ରସର ହେବେ। ଜଟିଳ ପରିସ୍ଥିତିକୁ ନିଜ ଉପାୟରେ ସମାଧାନ କରିବେ।

ତୁଳା : ନୂତନ ସମ୍ପର୍କରେ ପ୍ରତି ନିବିଡ଼ତା ବୃଦ୍ଧି ପାଇବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ବହୁମୂଲ୍ୟ ବସ୍ତୁ କ୍ରୟ କରିବେ। ଧାର୍ମିକ ସ୍ଥଳୀକୁ ଯାତ୍ରା କରିପାରନ୍ତି।

ବିଛା : ସହକର୍ମୀମାନେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ି ଚାଲିବେ। ଅର୍ଥକାରବାରରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ : ପରିବାରବର୍ଗଙ୍କୁ ଆପଣଙ୍କ ମନ କଥା ବୁଝାଇବାରେ ଅସଫଳ ରହିବେ। ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମୀ ହେବେ। ସାଙ୍ଗସାଥୀଙ୍କ ସହ ବୁଲାବୁଲି କରିବାକୁ ଯାଇପାରନ୍ତି। ବ୍ୟବସାୟରେ ବୃଦ୍ଧି ଘଟିବ।

ମକର : ସାମାଜିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟର ଭାର ଅଧିକ ରହିବ। ଗୁରୁଜନଙ୍କଠାରୁ ଆର୍ଶୀବାଦ ପାଇବେ। କୌଣସି କଥା ମନକୁ ବ୍ୟଥିତ କରିପାରେ।

କୁମ୍ଭ : ପରିବାର ସହ ଅଧିକ ସମୟ କଟାଇବେ। କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀଙ୍କ ଠାରୁ ସହଯୋଗ ପାଇବେ। ଅର୍ଥ କାରବାରରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ସହ ବାଦବିବାଦ ଉପୁଜିପାରେ।

ମୀନ : କର୍ମକ୍ଷେତ୍ର ତଥା ପାରିବାରିକ ଦାୟିତ୍ବ ଭାର ବୃଦ୍ଧି ପାଇବ। ଆପଣଙ୍କ ସଚ୍ଚୋଟପଣତା ଅନ୍ୟମାନଙ୍କୁ ପ୍ରଭାବିତ କରାଇବ। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ସୁଯୋଗ ପାଇପାରନ୍ତି।

Leave A Reply

Your email address will not be published.