ସୋମବାର ରାଶିଫଳ ( ୧୦-୦୫-୨୦୨୧ )

ମେଷ : କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଚାକିରିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍
ବୃଷ : ଦିନଟି ବ୍ୟସ୍ତତା ଭିତରେ କଟିବ। ଚାକିରିରେ ସଠିକ ଭାବେ କାର୍ଯ୍ୟ ତୁଲାଇବେ। ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍
ମିଥୁନ: କୌଣସି ବଡ ଧରଣର କାର୍ଯ୍ୟ ତୁଲାଇବେ। ଦାମ୍ପତ୍ୟ ସୁଖମୟ ରହିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଲାଭ ହେବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ
କର୍କଟ:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି ହୋଇପାରେ। ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା
ସିଂହ: କାର୍ଯ୍ୟରେ ଅବହେଳା ପାଇଁ ସମସ୍ୟାରେ ପଡିବେ। ମହିଳାମାନେ ଉଦାରମନା ରହିବେ। ଚାକିରିରେ ଚାପ ରହିବ। ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍
କନ୍ୟା: କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ। ରାଜନୀତିରେ ବାଧାବିଘ୍ନ ରହିବ। ମହିଳାମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିପାରନ୍ତି। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍
ତୁଳା: ଦିନଟି ଉତ୍ସାହଜନକ ରହିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ଲୋକପ୍ରିୟତା ବଢିବ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
ବିଛା: ପରିଶ୍ରମ ମୁତାବକ ଫଳ ମିଳିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଲାଭଦାୟକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍
ଧନୁ: ସବୁ କ୍ଷେତ୍ର ବ୍ୟୟ ବହୁଳ ରହିବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିବ। ଚାକିରିରେ ସହକର୍ମୀଙ୍କ ସଙ୍ଗେ ମନାନ୍ତର ହୋଇପାରେ। ବାଣିଜ୍ୟରେ ମନ୍ଥର ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ମକର: କର୍ମକ୍ଷେତ୍ରରେ ନୂତନ ଦିଗ୍ଦର୍ଶନ ପାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ଅନୁଶାସନ ଭିତରେ ରହିବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା
କୁମ୍ଭ: ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବ। ଚାକିରି ଓ ପ୍ରଶାସନିକ ଉଚ୍ଚସମ୍ମାନ ପାଇବେ। ମହିଳାମାନେ ସୁଖୀ ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
ମୀନ: ସମସ୍ୟାକୁ ନେଇ ବିଚଳିତ ରହିବେ। ଦାମ୍ପତ୍ୟରେ ଭୁଲ୍ ବୁଝାମଣା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି n