ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୦ – ୧୦ – ୨୦୨୨ )

ମେଷ: ଭାବନାରେ ହଜି ସମୟ ନଷ୍ଟ କରନ୍ତୁ ନାହିଁ। ତର୍କବିତର୍କରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ଠାରୁ ସାହଯ୍ୟ ପାଇବେ। ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ପାଇଁ ବିଭିନ୍ନ ସୁଯୋଗ ପାଇବେ।

ବୃଷ: ସମସ୍ତ କାର୍ଯ୍ୟକୁ ସମୟ ପୂର୍ବରୁ କରିପାରିବେ। ଆର୍ଥିକ ସମ୍ପତଦର ଅଭିବୃଦ୍ଧି ହେବ। ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ଗଢ଼ି ଉଠିବ। ଦାମ୍ପତ୍ୟ ଜୀବନରେ ମଧୁରତା ଦେଖାଦେବ।

ମିଥୁନ: ସାହସ ଓ ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ସଡ଼କରେ ସାବଧାନତାର ସହ ଯାତ୍ରା କରନ୍ତୁ। ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହିଁ।

କର୍କଟ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଅଧିକ ସମୟ କାର୍ଯ୍ୟ କରି ଥକ୍କା ଅନୁଭବ କରିପାରନ୍ତି। ଭାଇ ଭଉଣୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ପୁରୁଣା ସମସ୍ୟା ପୁନଶ୍ଚ ଦେଖାଦେଇପାରେ । ମାନସିକ ଅବସାଦରେ ରହିପାରନ୍ତି। ପାରବାରିକ ସମ୍ପର୍କରେ ନିବିଡ଼ତା ବଢ଼ିବ। ବ୍ୟବସାୟୀମାନେ ଲାଭାନ୍ବିତ ହେବେ। ବନ୍ଧୁବାନ୍ଧଙ୍କ ଠାରୁ ପରାମର୍ଶ ଲୋଡ଼ି ପାରନ୍ତି।

କନ୍ୟା: ଭବିଷ୍ୟତ ଯୋଜନା ପାଇଁ ସକ୍ରିୟ ରହିବେ। ନୂତନ ବସ୍ତୁ କ୍ରୟ କରିପାରନ୍ତି। ନୂତନ ନିେବଶରୁ ଦୂରେଇ ରୁହନ୍ତୁ। ମହିଳାମାନେ ଆତ୍ମବିଶ୍ବାସ ବୃଦ୍ଧି ପାଇବ।

ତୁଳା: କର୍ମକ୍ଷେତ୍ରରେ ପରିସ୍ଥିତି ଖରାପ ହୋଇପାରେ । ସ୍ବାସ୍ଥ୍ୟରେ ଅବନତି ଦେଖା ଦେଇପାରେ। ଦୂରଯାତ୍ରାରେ ଯାଇପାରନ୍ତି । ଆର୍ଥିକ ଲାଭ ପାଇଁ ନୂତନ ସୁଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବୃଦ୍ଧି ପାଇବ।

ବିଛା: ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ମିଳିପାରେ। ଅନ୍ୟମାନଙ୍କ ସମ୍ମୁଖରେ ଉଦାହରଣ ପାଲଟି ପାରନ୍ତି।

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିବାରୁ ଦୂରେଇ ରହୁନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହୋଇପାରନ୍ତି। ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। ଅଟକି ରହିଥିବା ପଇସା ଫେରି ପାଇବେ।

ମକର: କଠିନ ପରିସ୍ଥିତର ସମ୍ମୁଖୀନ ହେବାକୁ ପଡ଼ିପାରେ । ଛାତ୍ରଛାତ୍ରୀ ବଦେଶରେ ଶିକ୍ଷା ଗ୍ରହଣ କରିବାର ମଉକା ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ପରାମର୍ଶ ପାଇପାରନ୍ତି।

କୁମ୍ଭ: ପାରିବାରିକ ସମ୍ପର୍କରେ ମଧୁରତା ଦେଖାଦେବ। କଥାବାର୍ତ୍ତା କରିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରି ଉପକୃତ ହେବେ।

ମୀନ: ଆଜି ପିତାଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। ଦରକାରୀ ଜିନିଷପତ୍ର ଯତ୍ନରେ ରଖନ୍ତୁ। ଦୀର୍ଘ ଦିନ ସମୟ ଧରି ଲାଗିରହିଥିବା ସମସ୍ୟାର ସମାଧାନ ବାଟ ପାଇବେ। ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

Leave A Reply

Your email address will not be published.