ସୋମବାର ରାଶିଫଳ (୦୯-୦୮-୨୦୨୧)

ମେଷ: ହେଉଥିବା କାର୍ଯ୍ୟ ଅଳ୍ପକେ ସ୍ଥଗିତ ରହିପାରେ। ଚାକିରିରେ ଅସ୍ଥିରତା ଭିତରେ କଟିବ। ମହିଳାମାନେ ଚିନ୍ତାରେ ରହିବେ । ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍
ବୃଷ: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନରେ ଆତ୍ମସନ୍ତୋଷ ପାଇବେ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ରାଜନୀତିରେ ସକ୍ରିୟ ରହିବେ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
ମିଥୁନ: ଅର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ପରିଶ୍ରମୀ ହେବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଲାଭାନ୍ବିତ ହେବେ । ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍
କର୍କଟ: ଦିନଟି ଚଳଚଞ୍ଚଳ ରହିବେ। ସାଂସାରିକ ସୁଖସନ୍ତୋଷ ପ୍ରାପ୍ତି ହେବ। ଚାକିରିରେ ପ୍ରଶଂସିତ ହେବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ରଙ୍ଗ-୨, ଶୁଭ ରଙ୍ଗ-ସବୁଜ
ସିଂହ: କର୍ମକ୍ଷେତ୍ରରେ ବ୍ୟୟ ବହୁଳତା ରହିବ। ଚାକିରିରେ ସହକର୍ମୀଙ୍କ ସହ ମନାନ୍ତର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିଦ୍ବିତା ରହିବ। ବାଣିଜ୍ୟ ମନ୍ଥର ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ
କନ୍ୟା: ଦୀର୍ଘଦିନର କାର୍ଯ୍ୟ ସମ୍ପନ୍ନ ହେବ । ରାଜନୀତିରେ ପ୍ରସିଦ୍ଧି ବଢିବ । ପ୍ରଶାସନିକ ପ୍ରଭାବଶାଳୀ ରହିବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ମନମୁତାବକ ଫଳ ମିଳିବ | ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍
ତୁଳା: କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସଫଳତା ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍
ବିଛା: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ।ଚାକିରିରେ ନିଷ୍ଠାପର ରହିବେ | ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି
ଧନୁ: ଦିନଟିରେ ବିଶୃଙ୍ଖଳା ଓ ଅଶାନ୍ତି ଦେଖାଦେବ | ଚାକିରିରେ ଶତ୍ରୁ ବୃଦ୍ଧି ହେବେ । ମହିଳାମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି।ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିକ୍
ମକର: ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ଚାକିରିରେ ସହଯୋଗ ପାଇବେ । ପ୍ରଶାସନିକ ସୁନାମ ପାଇବେ ।ପରିବହନ, ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ |ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ
କୁମ୍ଭ: ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଚାକିରିରେ ଦାୟିତ୍ବବୋଧ ରହିବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
ମୀନ: କାର୍ଯ୍ୟ ସଫଳ ଓ ଚଳଚଞ୍ଚଳ ରହିବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ସମ୍ମାନ ପାଇବେ । ବାଣିଜ୍ୟରେ ସଫଳ ହେବେ | ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା