ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୯ – ୦୫ – ୨୦୨୨ )

ମେଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ପରିବାର ସଦସ୍ୟଙ୍କ ସହ ଭ୍ରମଣଯୋଗ ରହିଛି। କର୍ମକ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ । ସାମାଜିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଜୀବନରେ ଆଗକୁ ବଢ଼ିବାର ଅବସର ମିଳିବ ।

ବୃଷ: ନୂତନ ପୁଞ୍ଜିନିବେଶ କରିପାରନ୍ତି। କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ । ମନରେ ସକାରାତ୍ମକ ଭାବନା ଆସିବ। ବାଣିଜ୍ୟରେ ସଞ୍ଚୟ ହେବ।

ମିଥୁନ: ଆଜିର ଦିନଟି ଶୁଭଦାୟକ ହେବ । ଅର୍ଥ କାରବାରରେ ସର୍ତକ ରୁହନ୍ତୁ । ଜୀବନସାଥୀଙ୍କ ସହ ଭ୍ରମଣଯୋଗ ରହିଛି। ବ୍ୟବସାୟରେ ଲାଭବାନ୍‌ ହେବ। କର୍ମକ୍ଷେତ୍ରରେ ଉତ୍ସାହିତ ରହିବେ ।

କର୍କଟ: ନୂତନ ନିବେଶ କରିବାରେ ସାବଧାନତା ଅବଲମ୍ବନ କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ। ସନ୍ତାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସି ରହିବେ | ସମାଜରେ ମାନସମ୍ମାନ ପ୍ରାପ୍ତି ହେବ । ପ୍ରିୟଜନଙ୍କ ସମସ୍ୟାରେ ବିଚଳିତ ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି । କର୍ମକ୍ଷେତ୍ରରେ ଅବହେଳା ରହିବ।

କନ୍ୟା: ଅନ୍ୟ ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ| ବନ୍ଧୁବାନ୍ଧବଙ୍କ ସମସ୍ୟାକୁ ନେଇ ବ୍ୟସ୍ତ ରହିବେ ।

ତୁଳା: ଦିନଟି ସନ୍ତୋଷମୟ ରହିବ। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ବ୍ୟବସାୟରେ ଆୟ ବଢ଼ିପାରେ। କୌଣସି ସମସ୍ୟାର ସମାଧାନ ଘଟିବ । ଚାକିରିରେ ନିଷ୍ଠାପର ରହିବେ।

ବିଛା:କୌଣସି କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। ଉଭୟ ପ୍ରେମ ଓ ଦାମ୍ପତ୍ୟ ମଧୁର ସମ୍ପର୍କ ରହିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। କୋର୍ଟ କଚେରି ମାମଲାର ସମାଧାନ ପାଇଁ ଦିନଟି ଭଲ ରହିବ।

ଧନୁ: ପରିବାର ସହ ଖୁସିରେ ସମୟ ଅତିବାହିତ କରିବେ । ବନ୍ଧୁବାନ୍ଧବଙ୍କ ସର୍ବଯୋଗ ମିଳିବ। କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତି ଉପୁଜିପାରେ। ଜୀବନସାଥୀଙ୍କ ପରାମର୍ଶ ନେଇପାରନ୍ତି ।

ମକର: ବ୍ୟୟ ଅଧିକ ହୋଇପାରେ। ତେଣୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ବନ୍ଧୁବାନ୍ଧବ ଆପଣଙ୍କଠାରୁ ସାହଯ୍ୟ ମାଗିବେ । ପାରିବାରିକ ସମ୍ପର୍କ ଭଲ ରହିବ। କିଛିଟା ସମସ୍ୟାର ସମାଧାନ ଘଟିପାରେ

କୁମ୍ଭ: ଦିନଟି ଶୁଭଫଳ ପ୍ରଦାନ କରିବ। ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂର୍ଣ ହେବ। ଚାକିରିରେ ଶତ୍ରୁବୃଦ୍ଧି ହେବେ । ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ଆସିବ । ପରିବାର ସହ କୌଣସି ତୀର୍ଥସ୍ଥଳୀକୁ ଯାଇପାରନ୍ତି।

ମୀନ: ଆଜି ଆପଣ ସସସ୍ତଙ୍କର ଦୃଷ୍ଟି ଆର୍କଷଣ କରିପାରନ୍ତି । ନିବେଶ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନେ ରକ୍ଷଣଶୀଳା ହେବେ । ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

Leave A Reply

Your email address will not be published.