ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୦୫-୭-୨୦୨୧)

ମେଷ : ଦେହ ସୁସ୍ଥ ରହିବ, କିନ୍ତୁ ମନର ଗତି ଠିକ ରହିବ ନାହିଁ। ଚାକିରିରେ କାର୍ଯ୍ୟ ବହୁଳ ରହିବ। ମହିଳାମାନେ ଅସ୍ଥିରମନା ରହିବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ : କିଛିଟା ଆୟ ହେବ କିନ୍ତୁ ବ୍ୟୟଭାର ରହିବ। ପଡୋଶୀଙ୍କ ସହଯୋଗ ମିଳିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଶିଳ୍ପ ଓ ବାଣିଜ୍ୟରେ ମଧ୍ୟମ ଫଳ ପାଇବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମିଥୁନ : ଅଭିଳାଷ ପୂରଣ ହେବ। ରାଜନୀତିରେ ଉଚ୍ଚସମ୍ମାନ ପ୍ରାପ୍ତି। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ :ଆୟ ଉତ୍ତମ ହେବ। ସାଂସାରିକ ଉନ୍ନତି ହେବ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସମୃଦ୍ଧି ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା

ଏଥିସହିତ ପଢ଼ନ୍ତୁ

ସିଂହ : ପରୋପକାର କରିବାକୁ ଯାଇ କିଛିଟା ସମସ୍ୟାରେ ପଡିପାରନ୍ତି। ରାଜନୀତିରେ ଲୋକପ୍ରିୟତା ହ୍ରାସ ପାଇବ। ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

କନ୍ୟା :ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ। ଚାକିରିରେ ଅଭିଯୋଗ ଆସିପାରେ। ମହିଳାମାନେ ଅପଯଶ ପାଇବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସବୁଜ

ତୁଳା :କର୍ମକ୍ଷେତ୍ରରେ ସୁନାମ ପାଇବେ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା :ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ଚାକିରିରେ ସମ୍ମାନୀତ ହେବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ :ଦିନଟି କାର୍ଯ୍ୟ ମନ୍ଥର ଓ ଅସ୍ଥିର ରହିବେ। ଚାକିରିରେ ଅସହଯୋଗ ରହିବ। ରାଜନୀତିରେ ସମସ୍ୟା । ଶିଳ୍ପ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମକର :ଦିନଟି କାର୍ଯ୍ୟ ବ୍ୟସ୍ତତା ଭିତରେ କଟିବ। ଚାକିରିରେ କର୍ତ୍ତୃବ୍ୟନିଷ୍ଠ ରହିବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କୁମ୍ଭ : ନିଜର ପରାକ୍ରମ ଦ୍ବାରା କାର୍ଯ୍ୟ ହାସଲ କରିବେ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମୀନ : କାର୍ଯ୍ୟ ବିଳମ୍ବ ଓ ବ୍ୟୟବହୁଳତା ରହିବ। ଚାକିରିରେ ଚାପ ରହିବ। ମହିଳାମାନେ ହତୋତ୍ସାହ ରହିବେ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

Leave A Reply

Your email address will not be published.