ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୪–୦୭–୨୦୨୨ )

ମେଷ: ଏକୁଟିଆପଣ ଅନୁଭବ କରିେବ। ମାନସିକ ଅଶାନ୍ତିରେ ରହିବେ। ସାଙ୍ଗସାଥୀଙ୍କ ସହ କିଛିକ୍ଷଣ ଭଲରେ କଟିବ। ଆର୍ଥିକ ଉନ୍ନତି ପାଇଁ ପ୍ରୟାସ କରିେବ। ଅଜଣାବ୍ୟକ୍ତିଙ୍କ ସହଯୋଗ ପାଇବେ।

ବୃଷ: ଦେହ ଓ ମନ ଭଲ ରହିବ। ବାଦବିବାଦ ପରିସ୍ଥିତିରୁ ଦୂେରଇ ରୁହନ୍ତୁ। କର୍ମକ୍ଷେତ୍ରରେ ଦାୟିତ୍ବବୋଧ ରହିବ। ପରିବାରବର୍ଗଙ୍କ ସହ ନିବିଡ଼ତା ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହ ଭ୍ରମଣଯୋଗ ରହିଛି।

ମିଥୁନ: ପରିବାରରେ ମତାନ୍ତର ଦେଖାଦେଇପାରେ। ସହକର୍ମୀଙ୍କ ଚକ୍ରାନ୍ତର ଶିକାର ହୋଇପାରନ୍ତି। ମହିଳାମାନେ ଭାବପ୍ରବଣ ହେବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଅଧିକ ଚିନ୍ତିତ ରହିବେ।

କର୍କଟ: ଅଳ୍ପ ପରିଶ୍ରମ କରି ସୁଫଳ ପାଇବେ। ମହିଳାମାନେ ଉଦାସ ରହିବେ। ନୂତନ ନିବେଶ କରି ବ୍ୟବସାୟରେ ଲାଭବାନ୍‌ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ। ପ୍ରେମ ଓ ଦାମ୍ପତ୍ୟ ଜୀବନେର ନୂତନ ପରିବର୍ତ୍ତନ ଦେଖାଦେବ।

କନ୍ୟା: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ସମୟ ପୂର୍ବରୁ କାର୍ଯ୍ୟକୁ ସୁଚାରୁ ରୂପରେ ସମାପନ କରିବେ। ବ୍ୟବସାୟରେ ସ୍ବଳ୍ପ ଲାଭ ମିଳିବ। ଦୂରଯାତ୍ରା ଯୋଗ ରହିଛି।

ତୁଳା: ସମସ୍ୟାର ସମାଧାନ ବାଟ ଖୋଜି ପାଇବେ । ଆର୍ଥିକ ସମସ୍ୟା ଦେଖାଦେଇପାରେ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।

ବିଛା: ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। କିଛି ଅଘଟଣ ଘଟିଯିବାର ଭୟ ଲାଗି ରହିବ। ମାନସିକ ଅଶାନ୍ତିରେ ରହି ନିଷ୍ପତ୍ତି ନିଅନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରନ୍ତୁ।

ଧନୁ: ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ର କାର୍ଯ୍ୟବହୁଳ ରହିବ। ନୂତନ ନିବେଶ କରି ଲାଭବାନ ହେବେ। କାହାକୁ ଆବଶ୍ୟକତାଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

ମକର: ଦିନଟି ମନୋରଞ୍ଜନ କାର୍ଯ୍ୟକ୍ରମରେ କଟିବ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ବ୍ୟବସାୟରେ ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ତିକ୍ତିତା ଦେଖାଯାଇପାରେ।

କୁମ୍ଭ: କିଛି ନୂତନ କରିବାର ପ୍ରୟାସ କରିବେ। ନିଜ ବୁଦ୍ଧି ବିବେକ ଅନୁସାରେ ଜଟିଳ ପରିସ୍ଥିତିର ମୁକାବିଲା କରିବେ । ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ।

ମୀନ: କୋର୍ଟକଚେରି ମାମଲାରେ ଫଳ ଆପଣଙ୍କ ସପକ୍ଷରେ ରହିବ। କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କ ରୁହନ୍ତୁ। ଜୀବନସାଥୀଙ୍କ ସହ କୌଣସି ଧାର୍ମିକସ୍ଥଳୀ ଭ୍ରମଣ କରିବାକୁ ଯାଇପାରନ୍ତି।

Leave A Reply

Your email address will not be published.