ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୩ – ୧୦ – ୨୦୨୨ )

ମେଷ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ବ୍ୟବସାୟରେ ସଫଳତା ପାଇବେ। ଆର୍ଥିକସ୍ଥିତରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବେ। ପରିବାର ସହ ନିବିଡ଼ତା ବଢ଼ିବ।

ବୃଷ: ମାନସିକ ଅବସାଦରେ ରହିବେ। କରିଥିବା ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ। ବିଗିଡ଼ି ଯାଇଥିବା ପରିସ୍ଥତିକୁ ଅାୟତ୍ତରେ ରଖିବା ପାଇଁ ଶାନ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ଆଗୁଆ ରହିବେ।

ମିଥୁନ: ଭବିଷ୍ୟତକୁ ନେଇ ଅଯଥା ଚିନ୍ତା କରିବେ। ପ୍ରିୟଜନଙ୍କ ସହ କଥାହେବା ସମୟରେ ସଂଯମତା ରକ୍ଷା କରନ୍ତୁ। ବ୍ୟବସାୟରେ ଲାଭବାନ୍‌ ହେବେ। ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ପାଇବେ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ହୋଇପାରିନ୍ତି। ତର୍କବିର୍ତକରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ସାହାଯ୍ୟ ପଇବେ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ଉତ୍ସାହର ସହ କଟିବ। ଅଟକି ରହିଥିବା କାର୍ଯ୍ୟ ଅକ୍ଳେଶରେ ପୂରଣ ହେବ। ପରିବାରବର୍ଗଙ୍କ ସହଯୋଗ ପାଇବେ। ମହିଳାମାନେ ଶିକ୍ଷା କ୍ଷେତ୍ରରେ ଆଗୁଆ ରହିବେ। ଦୂରଯାତ୍ରା ସ୍ଥଗିତ କରିପାରନ୍ତି।

କନ୍ୟା:  କର୍ମକ୍ଷେତ୍ରରେ କାର୍ଯ୍ୟ ଧିମା କରି ଅପମାନିତ ହୋଇପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବେ। ପୂର୍ବରୁ କରିଥିବା ନିବେଶରୁ ଲାଭାନ୍ବିତ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

ତୁଳା:  ପ୍ରିୟଜନଙ୍କ ସହଯୋଗରେ ଆଗକୁ ବଢ଼ିବେ। ପୈତୃକ ସମ୍ପତ୍ତିର ଅଂଶ ପାଇବେ। ମହିଳାମାନେ ଅଧିକ ପରିଶ୍ରମ କରି ଥକ୍କ୍ା ଅନୁଭବ କରିପାରନ୍ତି। କୌଣସି ଶୁଭ ଖବର ପାଇ ଉତ୍ସାହିତ ହେବେ।

ବିଛା:  ନିକଟତର ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମନ କଥା ପ୍ରିୟଜନଙ୍କ ପାଖରେ କହି ହାଲୁକା ଅନୁଭବ କରିବେ। ପାରିବାରିକ ସମସ୍ୟାକୁ ସୁଧାରିବାରେ ସଫଳ ହେବେ। ଗୁରୁଜନଙ୍କଠାରୁ ପରାମର୍ଶ ପାଇବେ।

ଧନୁ: ଭାବିଥିବା କାର୍ଯ୍ୟ ପୂରଣ ହେବ । ସହକର୍ମୀଙ୍କ ସହଯୋଗ ପାଇବେ । ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ। କ୍ୟାରିୟରକୁ ନେଇ ଚିନ୍ତିତ ରହିବେ ଧନ ସମ୍ପତ୍ତି ବୃଦ୍ଧି ପାଇବାକୁ ଲାଗିବ।

ମକର: ଆଜି କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କଠିନ ପରିଶ୍ରମ କରି ସଫଳ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦେଶରେ ନିଯୁକ୍ତି ସୁଯୋଗ ପାଇବେ।

କୁମ୍ଭ:  ଅନୁଭବୀ ବ୍ୟକ୍ତିଙ୍କ ବିଶ୍ବାସଭାଜନ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ସମ୍ଭାବନା ରହିଛି। ବ୍ୟବସାୟରେ ନିବେଶ ଭାବିଚିନ୍ତି କରନ୍ତୁ। ସାଙ୍ଗସାଥୀଙ୍କ ସହ ଦୂରସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

ମୀନ: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି ସାଙ୍ଗସାଥୀଙ୍କଠାରୁ ସକାରାତ୍ମକ କଥା ଶୁଣି ଆତ୍ମବିଶ୍ବାସ ବଢ଼ିବ ଶତ୍ରୁମାନଙ୍କର କୂଟଚକ୍ରାନ୍ତରେ ପଡ଼ିଯାଇପାରନ୍ତି ନୂତନ ନିବେଶରୁ ଲାଭବାନ୍‌ ହେବେ।

Leave A Reply

Your email address will not be published.