ସୋମବାର ରାଶିଫଳ ( ୦୪-୧୦-୨୦୨୧ )

ମେଷ: କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ | ସାଂସାରିକ ଚିନ୍ତିତ ରହିବେ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସ୍ଥିର ମନା ରହିବେ । ଶୁଭ ଅଙ୍କ ୧, ଶୁଭ ରଙ୍ଗ – ପିଙ୍କ୍

ବୃଷ : ଦୂରଯାତ୍ରା କରିପାରନ୍ତି | ରାଜନୀତିରେ ଲୋକସଂପର୍କ ବୃଦ୍ଧି ପାଇବ । ମହିଳାମାନେ ଚଳଚଞ୍ଚଳ ରହିବେ। ବାଣିଜ୍ୟର ପ୍ରସାର ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ଧଳା

ଏଥିସହିତ ପଢ଼ନ୍ତୁ

ମିଥୁନ : ସମାଜରେ ସୁନାମ ପାଇବେ। ପ୍ରଶାସନିକ ଓ ରାଜନୀତିରେ ସକ୍ରୀୟ ରହିବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କର୍କଟ : କର୍ମ କ୍ଷେତ୍ରରେ ଜଟିଳ ପରିସ୍ଥିତି ରହିବ। ମହିଳାମାନେ ଦୁଶ୍ଚିନ୍ତାରେ ରହିବେ | ରାଜନୀତିରେ ଶତ୍ରୁ ବୃଦ୍ଧି ହେବେ। ବାଣିଜ୍ୟ ଚିନ୍ତାଜନକ ରହିବ । ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି | ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ଲାଲ୍

ସିଂହ : ଦିନଟି ହର୍ବୋଷ ଭିତରେ କଟିପାରେ। ଚାକିରିରେ ପ୍ରଶଂସିତ ହେବେ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ସନ୍ତୋଷଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ ୩, ଶୁଭ ରଙ୍ଗ – ହଳଦିଆ

କନ୍ୟା : ଦିନଟି ବ୍ୟସ୍ତତା ଭିତରେ କଟିବ। ଚାକିରିରେ ଦୂରଯାତ୍ରା ହୋଇପାରେ । ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ପାଇବେ । ଶୁଭ ଅଙ୍କ – ୨, ଶୁଭ ରଙ୍ଗ – ସିଲ୍‌ଭର୍

ତୁଳା: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ। ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ବିଛା : କର୍ମ କ୍ଷେତ୍ରରେ ସହଯୋଗ ପାଇବେ । ଚାକିରିରେ ସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ରକ୍ଷଣଶୀଳ ହେବେ। ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – କମଳା

ଧନୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ଧର୍ମାଦି କାର୍ଯ୍ୟରେ ବ୍ୟୟ କରି ଅଭାବରେ ପଡିବେ। ବାଣିଜ୍ୟ ମନ୍ଥର ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ -୨, ଶୁଭ ରଙ୍ଗ – ଧଳା

ମକର: ଦିନଟି ବିଷମ ପରିସ୍ଥିତି ଦେଇ ଗତି କରିବେ । ଅର୍ଥଚିନ୍ତା ଓ କାର୍ଯ୍ୟହାନି ହେବ। ବାଣିଜ୍ୟରେ ପ୍ରତିଦ୍ବନ୍ଦ୍ବତା ଦେଖା ଦେବ। ଶିକ୍ଷାର୍ଥୀ ଅସଫଳ ହେବେ | ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

କୁମ୍ଭ : ବନ୍ଧୁ ସହଯୋଗ ପାଇ ଆଗେଇବେ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

ମୀନ: କଠିନ ପରିଶ୍ରମ କରି ସଫଳ ହେବେ । ରାଜନୀତିରେ ଶତ୍ରୁ ପ୍ରଶମିତ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍

Leave a comment