ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ର ଋଷି ବୋଲି ସମ୍ବୋଧିତ କଲେ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ

ନୂଆଦିଲ୍ଲୀ: ଆଜି ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ ଡ.ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି। ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ସ୍ଥିତ ମସଜିଦରେ ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି  ଆଲୋଚନା ହୋଇଥିଲା। ସଜିଦରେ ମୁସଲମାନ ଧାର୍ମିକ ସଂଗଠନର ମୁଖ୍ୟଙ୍କ ସହ ଆରଏସଏସ ମୁଖିଆଙ୍କ ଏହା ପ୍ରଥମ ବୈଠକ।

ଡକ୍ଟର ଇଲିଆସି କହିଛନ୍ତି ଯେ, ଆମର ଡିଏନ୍ଏ ସମାନ। କେବଳ ପ୍ରାର୍ଥନା କରିବାର ଉପାୟ ଅଲଗା । ଆରଏସଏସ ମୁଖ୍ୟ ତାଙ୍କ ନିମନ୍ତ୍ରଣ କ୍ରମେ ଉତ୍ତର ଦିଲ୍ଲୀର ମାଡ୍ରାସା ତାଜଭିଦୁଲ କୁରାନ ପରିଦର୍ଶନ କରିଥିଲେ। ସେଠାରେ ସେ ପିଲାମାନଙ୍କୁ ମଧ୍ୟ ଭେଟିଥିଲେ। ବୈଠକ ପରେ ଇମାମଙ୍କୁ ପଚାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ମୋହନ ଭଗବତଙ୍କୁ ରାଷ୍ଟ୍ର ଋଷି ବୋଲି ବର୍ଣ୍ଣନା କରିଥିଲେ।

ଭାଗବତଙ୍କ ସହ ସାକ୍ଷାତ ସମୟରେ ଆରଏସ୍ଏସ୍ ଯୁଗ୍ମ ସମ୍ପାଦକ ଡ.କୃଷ୍ଣ ଗୋପାଳ ଏବଂ ବରିଷ୍ଠ ପ୍ରଚାରକ ଇନ୍ଦ୍ରେଶ କୁମାର, ରାମଲାଲ ଏବଂ ହରିଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ଏବଂ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଥିବା ତିକ୍ତ ହେଉଥିବା ସମ୍ପର୍କ ସୁଧାରିବା ପାଇଁ ଆରଏସ୍ଏସ୍ ର ଏହା ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି ।

ଡକ୍ଟର ଉମର ଅହମ୍ମଦଙ୍କୁ ଭେଟିବା ପରେ ସଂଘ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ, ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି। ଏହା ସଂଘର ସାଧାରଣ ଆଲୋଚନା ପ୍ରକ୍ରିୟାର ଏକ ଅଂଶ ବିଶେଷ।

 

Leave A Reply

Your email address will not be published.