ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା , କୋଇଲା ଓ ଖଣି କ୍ଷେତ୍ରରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର: ରାଜ୍ୟସଭାରେ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । କହିଛନ୍ତି ଦେଶରେ କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରାଯାଇଛି । ମାର୍ଗଦର୍ଶିକା ଜାରି କରିବା ସହ ସଂସ୍କାର କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଖଣିକ୍ଷେତ୍ରରୁ ଯେତିକି ରାଜସ୍ୱ ଆସିଛି ସେସବୁ ରାଜ୍ୟ ସରକାରଙ୍କୁ ହିଁ ମିଳିଛି । ଏହା ଯୋଗୁ ରାଜ୍ୟର ପ୍ରଗତି ହେବା ସହ ଦେଶର ପ୍ରଗତି ବି ସମ୍ଭବ ହୋଇଛି ।

ସମବାୟ ସଂଘୀୟ ବ୍ୟବସ୍ଥାର ଏହା ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି କହିଛନ୍ତି- ସବୁଠାରୁ ବଡ଼ କଥା ଏହି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସବୁଠାରୁ ଆଗୁଆ ରାଜ୍ୟ । ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମସ୍ତ ସଂସ୍କାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.