ବିଜେପି କେବଳ ଲୋକଙ୍କୁ ପ୍ରତାରଣା କରିବା ଜାଣିଛି : ମମତା ବାନାର୍ଜୀ

କୋଲକାତା :  ତ୍ରିପୁରା ପୁଲିସ ‘ତୃଣମୂଳ ଯୁବ କଂଗ୍ରେସ’ ସଭାପତି ସାୟୋନି ଘୋଷଙ୍କୁ ଗିରଫ କରିବା ଏବଂ ଟିଏମସି କର୍ମୀଙ୍କ ଉପରେ ତ୍ରିପୁରା ପୁଲିସ କରୁଥିବା ଅତ୍ୟାଚାରକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ। ତ୍ରିପୁରା ପ୍ରସଙ୍ଗରେ ମମତା  ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ମୋଦୀ ସରକାର ସମ୍ବିଧାନ ପ୍ରତି ଗୁରୁତ୍ୱ ଦେଉ ନାହାଁନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ମମତା କହିଛନ୍ତି।

ତୃଣମୂଳ ଯୁବ କଂଗ୍ରେସ’ ସଭାପତି ସାୟୋନି ଘୋଷଙ୍କ ଗିରଫଦାରୀକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଏବଂ କହିଛନ୍ତି ଯେ ଜାତୀୟ ମାନବ ଅଧିକାର ଆୟୋଗ ଏବଂକେନ୍ଦ୍ର ଗୃହବିଭାଗର ଧାରା ୩୫୫ କେଉଁଠାରେ ଅଛି? ଭାରତ ସରକାର ତ୍ରିପୁରାକୁ କେତେ ନୋଟିସ ପଠାଇଛନ୍ତି? ସେମାନେ ସମ୍ବିଧାନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ସେମାନେ କେବଳ ଲୋକମାନଙ୍କୁ କିପରି ପ୍ରତାରଣା କରିବେ ଜାଣନ୍ତି । ପରିଶେଷରେ ସେମାନେ ପରାସ୍ତ ହେବାକୁ ବାଧ୍ୟ ହେବେ ବୋଲି ମମତା କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ମଧ୍ୟ କରାଯାଉଛି ଉଲଘଂନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେ ମୁଁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବି। ସେମାନେ ସହଯୋଗୀ ସଂଘୀୟତା ନାମରେ କ୍ଷମତା ହାସଲ କରିବାକୁ ଏବଂ ସଂଘିୟବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛନ୍ତି । ତ୍ରିପୁରା ପୁଲିସ କିପରି ଅତ୍ୟାଚାର କରୁଛି ସେହି ପ୍ରସଙ୍ଗ ଦିଲ୍ଲୀ, ମୁମ୍ବାଇ ଏବଂ ସବୁ ସ୍ଥାନରେ ଉଠାଯିବ। ସେ କହିଛନ୍ତି ଯେ ଆମେ ସୁପ୍ରିମକୋର୍ଟର ପ୍ରତ୍ୟେକ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ କିନ୍ତୁ ବିଜେପି ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ମଧ୍ୟ ପାଳନ କରୁନାହାଁନ୍ତି। ଏହା କୋର୍ଟର ଅବମାନନା । ପ୍ରଶାସନ, ବିଜେପି ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ନିଜେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଖଣ୍ଡନ କରୁଛନ୍ତି।

ସୂଚନାଯୋଗ୍ୟ ରବିବାର ଅଗତାଲାର ଭଗବାନ ଠାକୁର ଚୌମିନ ଅଞ୍ଚଳରେ ରହୁଥିବା ଟିଏମସିର ସୁବଳ ଭୌମିକଙ୍କ ବାସଭବନ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଥିଲେ। କିନ୍ତୁ ପୁଲିସ୍‌ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରି ନଥିଲା। ଏହାର କିଛି ସମୟ ପରେ ତୃଣମୂଳ ୟୁଥ କଂଗ୍ରେସ ସଭାପତି ସାୟୋନି ଘୋଷଙ୍କୁ ପୁଲିସ୍‌ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରିଥିଲା।  ଶନିବାର ସନ୍ଧ୍ୟାରେ ସେ କୁଆଡ଼େ କେତେକ ‘ବିଜେପି’ କର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ।

ଅନ୍ୟପଟେ ତୃଣମୂଳ ଯୁବ କଂଗ୍ରେସ’ ସଭାପତି ସାୟୋନି ଘୋଷଙ୍କ ଗିରଫଦାରୀକୁ ବିରୋଧରେ ଟିଏମସି କର୍ମୀମାନେ ଥାନାରେ ପହଞ୍ଚି ଥିଲେ। କିନ୍ତୁ ଏହି ସମୟରେ ୨୫ ଜଣ ବିଜେପି କର୍ମୀ ହେଲମେଟ ପିନ୍ଧି ସେଠାରେ ପହଞ୍ଚିବା ସହ ଟିଏମସି ନେତାମାନଙ୍କୁ ପୁଲିସ ଆଗରେ ମାଡ଼ ମାରି ଲହୁଲୁହାରଣ କରିଥିଲେ। ପୁଲିସ୍‌ ସବୁ ଦେଖିଥିଲେ ମଧ୍ୟ କେବଳ ନୀବରତା ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି। ବିଜେପି କର୍ମୀଙ୍କ ବଦଳରେ ପୁଲିସ୍‌ ଟିଏମସି କର୍ମୀଙ୍କ ନାଁରେ ମାମଲା ମଧ୍ୟ କରିଥିବା କୁହାଯାଉଛି।

 

 

 

Leave a comment