ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୌମ୍ୟ ଆତ୍ମହତ୍ୟା ଘଟଣା: ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା

ଭୁବନେଶ୍ୱର: ମଡେଲ୍‍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା ନେଇଛି ନୂଆମୋଡ଼। ଅଢ଼େଇ ମାସ ପରେ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦ ଏବଂ ତାଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ କରିଛି ଇନ୍‍ଫୋସିଟି ଥାନା ପୁଲିସ। ଏଥିରେ ପୁଲିସର ଦଫା ୩୦୬ ଏବଂ ୩୪ରେ ମାମଲା ରୁଜୁକରି ତଦନ୍ତ କରୁଛି।

ସୌମ୍ୟଙ୍କ ଭଉଣୀଙ୍କ ଅଭିଯୋଗ ଅନୁଯାୟୀ ଗତ ଜାନୁଆରୀ ୩୦ ତାରିଖ ରାତିରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଏକ ହାତଲେଖା ଚିଠି ଛାଡ଼ି ଯାଇଥିଲେ। ଯେଉଁଥିରେ କି ତାଙ୍କ ଆତ୍ମହତ୍ୟା ଲାଗି ତାଙ୍କ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାହ ସ୍ଥିର ହୋଇଥିବା ବେଳେ ସୋନାଲି ବହୁବାର ସୌମ୍ୟଙ୍କ ପରିବାର ସହ ରହୁଥିଲେ। କିନ୍ତୁ ତାଙ୍କ ପରିବାର ଲୋକେ ବିବାହ କରିବା ଆଳରେ ଦିନ ଗଡ଼ାଇ ଚାଲିଥିଲେ। ସୌମ୍ୟ ତାଙ୍କ ରୋଜଗାରର ସମସ୍ତ ଅର୍ଥ ସୋନାଲୀଙ୍କ ପଛରେ ଖର୍ଚ୍ଚ କରିଥିବା ସୌମ୍ୟଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ଏପରିକି ସୋନାଲୀ ଅନ୍ୟ ପୁଅଙ୍କୁ ଭଲ ପାଇ ବସିଥିଲେ। ଯେଉଁଥିପାଇଁ ସୌମ୍ୟ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ହେଲେ ସୋନାଲିଙ୍କ ଏବଂ ତାଙ୍କ ମା’ଙ୍କ ପାଇଁ ଏକ ଦାମୀ କାର କିଣି ଦେବାକୁ କହିଥିଲେ। ଏହି କାର୍‍ ଦେଲେ ସୋନାଲି ତାଙ୍କ ସହ ସାରା ଜୀବନ ରହିବେ ବୋଲି ଉଭୟ କହିଥିଲେ। ଯଦି ଫୋନ୍‍ ବାରମ୍ବାର କରନ୍ତି ତେବେ ଥାନାରେ ମିଛ ମାମଲାରେ ଫସାଇବାକୁ ମଧ୍ୟ ଧମକ ଦେଇଥିବା ସୌମ୍ୟଙ୍କ ଭଉଣୀ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଯେଉଁଥିପାଇଁ ସୌମ୍ୟଙ୍କ ପରିବାରଲୋକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ତାଗିଦା କରିବା ସହ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ କୁହାଯାଇଥିଲା।

Leave A Reply

Your email address will not be published.