ସକାଳୁ ମାତିଲେ ଲୁଟେରା, ରାଜଧାନୀରେ ଯୁବତୀଙ୍କଠାରୁ ଝାମ୍ପିନେଲେ ମୋବାଇଲ

ଭୁବନେଶ୍ୱର: ସକାଳ ହେଉ ହେଉ ମାତିଲେ ଲୁଟେରା । ରାଜଧାନୀ ଭୁବନେଶ୍ୱରର ରବି ଟକିଜ ନିକଟରେ ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଯୁବତୀ ଜଣଙ୍କ ବିଜେବିନଗରରୁ ଚାଲି ଚାଲି ମଲ୍କୁ ଯାଉଥିଲେ । ଠିକ ଏହି ସମୟରେ ଗୋଟିଏ ବାଇକ୍ରେ ୩ଜଣ ଯୁବକ ଆସି ମୋବାଇଲକୁ ଝାମ୍ଫି ନେଇଛନ୍ତି । ରବି ଟକିଜ୍ ସ୍ଥିତ ଏକ କାର୍ ସୋରୁମ୍ରୁ ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ଲୁଟ୍ର ଶିକାର ହୋଇଥିବା ଯୁବତୀ ଜଣଙ୍କ ଏ ନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ତେବେ ନିକଟସ୍ଥ ସୋ ରୁମ୍ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଯୋଗ୍ୟ , ଲୁଟର ଶିକାର ହୋଇଥିବ ଯୁବତୀଙ୍କ ଘର ବିଞ୍ଝାରପୁର ହୋଇଥିବ ବେଳେ ଭୁବନେଶ୍ୱରରେ ରହି ମଲରେ କାମ କରନ୍ତି। ଲୁଟ ହୋଇଥିବା ମୋବାଇଲର ଦାମ ୧୯ ହାଜର ଟଙ୍କା ବୋଲି ସେ କହିଛନ୍ତି ।