ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ; ମୋ ସରକାର କକ୍ଷ ଶୁଭାରମ୍ଭ

ପୁରୀ: ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋ ସରକାର କକ୍ଷ ଶୁଭାରମ୍ଭ ହୋଇଛି। ବୁଧବାର ଜିଲ୍ଲାପାଳ ଶସମର୍ଥ ବର୍ମା ଏହାର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଜନସାଧାରଣ ହିଁ ଶାସନ ବ୍ୟବସ୍ଥାର ମୁଖ୍ୟ ଓ ଗଣତନ୍ତ୍ରର ପ୍ରତିଟି ଅନୁଷ୍ଠାନ ସେମାନଙ୍କ ନିମନ୍ତେ ସମର୍ପିତ । ସେମାନଙ୍କୁ ଉତ୍ତମ ସେବା ଦେବା ସହ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗ୍ୟତା ଭିତ୍ତିରେ ସାମିଲ କରାଯିବ ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ୨୫ଟି ବିଭାଗର ୨୨୭ଟି ଯୋଜନା ଯାରି ରହିଛି । ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କ ସବିଶେଷ ବିବରଣୀ ରଖାଯିବ । ସେମାନଙ୍କ ମୋବାଇଲ ନମ୍ବର ପଞ୍ଜିକରଣ କରାଯିବ । ସେମାନଙ୍କୁ ମେସେଜ ନ ମିଳିଲେ ସେମାନେ ୧୪୫୪୫ କୁ କଲ କରି ପଞ୍ଜିକରଣ କରିପାରିବେ। ସଂପୃକ୍ତ ହିତାଧିକାରୀଙ୍କୁ ମୋ ସରକାର କକ୍ଷରୁ ଯୋଗାଯୋଗ କରାଯାଇ ଉତ୍ତମ ବ୍ୟବହାର ଓ କାର୍ଯ୍ୟ ସମ୍ବନ୍ଧୀୟ ମତାମତ ନିଆଯିବ। ଏହି କକ୍ଷ ପୂର୍ବରୁ ଅନ୍ୟ ଏକ ସ୍ଥାନରେ କାର୍ଯ୍ୟକ୍ଷମ ଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂଲଗ୍ନ କକ୍ଷରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ୬ ଜଣ ଉଚ୍ଚ ଶିକ୍ଷିତା ଭିନ୍ନକ୍ଷମ ମହିଳାଙ୍କୁ ଉକ୍ତ କକ୍ଷରେ ନିଯୁକ୍ତ ଦିଆଯାଇଛି । ବିଭିନ୍ନ ସେବା ସଂକ୍ରାନ୍ତରେ ତଥ୍ୟ ନିମନ୍ତେ କାର୍ଯ୍ୟାଳୟ ଖୋଲାଥିବା ସମୟରେ ୮୪୮୦୧୫୬୮୭୧ ସହ ଯୋଗାଯୋଗ କରିପାରିବେ । ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଜିଲ୍ଲାପାଳ ଉଦଘାଟନ କରିଛନ୍ତି। ସେହିଭଳି ଭିନ୍ନକ୍ଷମ ଓ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଲିପ୍ଟ, ପାର୍କିଂ ଓ ପାନୀୟ ଜଳ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ ହୋଇଛି।

Leave A Reply

Your email address will not be published.