ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ଠାରୁ ସମସ୍ତ 25 ରୁଟରେ ସେବା ଆରମ୍ଭ କରିବ ମୋ ବସ୍

ଭୁବନେଶ୍ୱର: ସୋମବାର ଠାରୁ ସମସ୍ତ 25 ରୁଟରେ ସେବା ଆରମ୍ଭ କରିବ ମୋ ବସ୍ । ସକଳା ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ । ଶନିବାର ରବିବାର ସପ୍ତାହାନ୍ତ ସଟଡାଉନ ଥିବାରୁ ଏହି ଦୁଇଦିନ କେବଳ ବସ ଚଲାଚଲ ବନ୍ଦ ରହିବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆୟାଇଛି । ରାଜ୍ୟରେ ଅଗଷ୍ଟ ଗାଇଡଲାଇନ ଆସି ସାରିଛି । କଟକଣା ମୁତାବକ ରାଜ୍ୟରେ ସପିଂ ମଲ, ହଲ, ସୁଇମିଂ ପୁଲ ସମେତ ହାଟ ବଜାର ଆଦି କୋଲିବା ନେଇ ଅନୁମତି ଦେଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ମୋ ବସ ସେବାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି କ୍ରୁଟର ସାଧାରଣ ପରିଚାଳକ ଦିପ୍ତି ମହାପାତ୍ର । ତେବେ ବସରେ ଯାତାୟତ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ବସ ଚଳାଚଳ ସମୟରେ କୋଭିଡ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି । ସେହିପରି ବସରେ ଯାତ୍ରା କରୁଥିବା ସମୟରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । ଯେଉଁଯାତ୍ରୀ ବସରେ ଯାତ୍ରା କରୁଥିବା ସମୟରେ ମାସ୍କ ପିନ୍ଧିନଥିବେ, ତାଙ୍କୁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କ୍ରୁଟ କର୍ତ୍ତୁପକ୍ଷ । ସିଟ ଅନୁସାରେ ହିଁ କେବଳ ଯାତ୍ରୀ ବସରେ ଯାତ୍ରା କରିପାରିବେ ।

Leave A Reply

Your email address will not be published.