ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶାନ୍ତି ପ୍ରିୟ ଓଡ଼ିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଚେଷ୍ଟା ନ କରନ୍ତୁ ଅପରାଜିତା

ଭୁବନେଶ୍ବର : ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିବା ପରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିକ୍ରିୟା ରଖିଛନ୍ତି। ଗୁରୁବାର ରାତି ଭୁବନେଶ୍ବର ଆଚାର୍ଯ୍ୟ ବିହାର ଛକ ପାଣିଟାଙ୍କି ନିକଟର ଘଟଣାକୁ ନେଇ ଅପରାଜିତା ପ୍ରେସମିଟ୍ କରିବା ସହ ବିଜେଡିକୁ ଟାର୍ଗେଟ କରିଥିଲେ । ଆଉ ଆଗକୁ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦିଅନ୍ତୁ ବୋଲି ଦାବି କରିଥିଲେ । ତେବେ ଅପରାଜିତା ଏଭଳି ଆରୋପ ଆଣିବାର କିଛି ଘଣ୍ଟା ମଧ୍ୟରେ କଡା ଜବାବ ରଖିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।

ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ‘ଗତକାଲି କିଛି ବସ୍ତି ବାସିନ୍ଦା ଖାସକରି ମହିଳା ମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅପେକ୍ଷା କରିଥିଲେ ଦେଖିବା ପାଇଁ । ସେହି ସମୟରେ କିଛି ଗୁଣ୍ଡା ଶ୍ରେଣୀର ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ । ମାତ୍ର ସେହି ବାଟ ଦେଇ ଯାଉଥିବା ଅପରାଜିତା ମ୍ୟାଡ଼ମ ଓହ୍ଲାଇ ତାଙ୍କୁ ସାନ୍ତ୍ୱନା ଦେଲେ ନାହିଁ । ଆଉ ଯେତେବେଳେ ଲୋକମାନେ ଅପରାଜିତା ମ୍ୟାଡ଼ମଙ୍କୁ ତାଙ୍କ ଦୁଃଖ ବିଷୟରେ ଜଣାଇବାକୁ ଗଲେ ସେହି ସମୟରେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରାଯାଇଛି । ସାଧାରଣ ଲୋକଙ୍କ ଏତେ ଭୟ କାହିଁକି କରୁଛନ୍ତି ସାଂସଦ ବୋଲି ପ୍ରଶ୍ନ କରିଛନ୍ତି ଅନନ୍ତ ନାରାୟଣ ଜେନା।

ଅନନ୍ତ ନାରାୟଣ ଜେନା ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ କୌଣସି ଜନ ପ୍ରତିନିଧି ନିଜ ସାଙ୍ଗରେ ଗୁଣ୍ଡା ବାହିନୀ ରଖିନାହାନ୍ତି। କିନ୍ତୁ ଅପରାଜିତା ସାଙ୍ଗରେ ଗୁଣ୍ଡା ବାହିନୀ ଧରି ବୁଲୁଛନ୍ତି। ଯେଉଁମାନେ ଅପରାଜିତାଙ୍କ ସହ ବୁଲୁଛନ୍ତି ସେମାନଙ୍କ ନାମରେ ଥାନାରେ ଏତଲା ରହିଛି। ବିଜେପିରେ ଅନେକ ବଡ଼ ବଡ଼ ନେତା ମନ୍ତ୍ରୀ ରହିଛନ୍ତି କେହି ବି ଏପରି ନିଜ ସାଙ୍ଗରେ ଗୁଣ୍ଡାବାହିନୀ ଧରି ବୁଲୁନାହାନ୍ତି। ଓଡ଼ିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଚେଷ୍ଟା ନ କରନ୍ତୁ ଅପରାଜିତା। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠି ଅଶାନ୍ତି ଓ ବିଶୃଙ୍ଖଳା କରିବାକୁ  ସାଂସଦ ଚେଷ୍ଟା କରନ୍ତୁ ନାହିଁ  ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।

Leave A Reply

Your email address will not be published.