ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟି-୨୦ ବିଶ୍ୱକପ୍‍ ପାଇଁ ଭାରତୀୟ ଦଳ ଚୟନ ନେଇ ପ୍ରଶ୍ନ ଉଠାଇଲେ ଅଷ୍ଟ୍ରେଲିଆ ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପ୍‍ ପାଇଁ ଭାରତୀୟ ଦଳ ଚୟନ ହୋଇଥିସାରିଥିବା ବେଳେ ଆଉ ଜଣେ ପୂର୍ବତନ କ୍ରିକେଟର ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ହେଉଛନ୍ତ ଅଷ୍ଟ୍ରେଲିଆ ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ। ଅଷ୍ଟ୍ରେଲିଆର ଦ୍ରୁତ ଓ ବାଉନ୍ସି ପିଚ୍‍ ପାଇଁ ଭାରତୀୟ ଦଳରେ ଜଣେ ଦ୍ରୁତ ବୋଲରଙ୍କର ଅଭାବ ରହିଛି ବୋଲି ସେ ମତ ଦେଇଛନ୍ତି।

ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଷ୍ଟାଣ୍ଡବାଇ ଖେଳାଳି ଭାବେ ଦଳରେ ସାମିଲ ହୋଇଛନ୍ତି। ଦଳରେ ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ହର୍ଶଲ ପଟେଲଙ୍କ ଭଳି ଦ୍ରୁତ ବୋଲର ସାମିଲ ରହିଛନ୍ତି। ସାମିଙ୍କ ଭଳି ଅଭିଜ୍ଞ ବୋଲରଙ୍କୁ ବାଦ ଦେଇ ଚୟନକର୍ତ୍ତାମାନେ ବୁମ୍‍ରା, ହର୍ଶଲ, ଅର୍ଶଦୀପ ଓ ଭୁବନେଶ୍ୱରଙ୍କୁ ଭପରେ ଭରସା କରିଛନ୍ତି। ଫଳରେ କେତେଜଣ ପୂର୍ବତନ କ୍ରିକେଟ ଏଥିରେ ଚକିତ ହୋଇଥିଲେ। ଯଦି ଦଳରେ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର, ୨ ସ୍ପିନର ଓ ୪ ଦ୍ରୁତ ବୋଲର ରହିଛନ୍ତି ତା’ହେଲେ ଏହା ସାମାନ୍ୟ ରିସ୍କ ସୃଷ୍ଟି କରିପାରେ।

ଭାରତ ବୋଧେ ୨ ଦ୍ରୁତ ବୋଲର, ଜଣେ ଅଲରାଉଣ୍ଡର (ହାର୍ଦ୍ଦିକ ପାଣ୍ଡ୍ୟା) ଓ ୨ ସ୍ପିନରଙ୍କୁ ନେଇ ଖେଳିବାକୁ ଚିନ୍ତା କରୁଛି। କିନ୍ତୁ ଅଷ୍ଟ୍ରେଲିଆ ପିଚ୍‍ରେ ଦଳରେ ଅତିକମ୍‍ ୩ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରିବା ଜରୁରି। କିଛି ପରିସ୍ଥିତିରେ ୪ଜଣ ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରିବା ଅପରିହାର୍ଯ୍ୟ ହୋଇପଡ଼ିବ। ପର୍ଥ ଭଳି ବାନ୍ସସି ପିଚ୍‍ରେ ୪ ଦ୍ରୁତ ବୋଲର ଖେଳିବା ଆବଶ୍ୟକ। ତେଣୁ ଦଳରେ କେବଳ ୪ ଦ୍ରୁତ ବୋଲରଙ୍କୁ ସାମିଲ କରିବା ଟିକିଏ ରିସ୍କ ହୋଇପାରେ ବୋଲି ଜନସନ କହିଛନ୍ତି। ଜନସନ ଲିଜେଣ୍ଡ ଲିଗ୍‍ କ୍ରିକେଟ ଖେଳିବାକୁ ଭାରତ ଆସିଛନ୍ତି ଓ ଭାରତୀୟ ଦଳ ଚୟନ ଉପରେ ନିଜର ମତ ଦେଇଛନ୍ତି। ପୂର୍ବତନ କ୍ରିକେଟର କେ ଶ୍ରୀକାନ୍ତ, ମହମ୍ମଦ ଅଝାରୁଦ୍ଦିନ, ପାକିସ୍ତାନ ପୂର୍ବତନ ସ୍ପିନର ଦାନିଶ କାନେରିଆ ଚୟନ ନେଇ ପ୍ରଶ୍ନ ଉଠାଇଥିଲେ। ସାମି, ସଞ୍ଜୁ ସାମସନ ଓ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯାଇ ନଥିବାର ଏହି କ୍ରିକେଟମାନେ ପ୍ରଶ୍ନ ଉଠାଇଥିଲେ।

ବିଶ୍ୱକପ୍‍ ଦଳରେ ସାମିଲ ହୋଇପାରନ୍ତି ସାମି

ବିଶ୍ୱକପ୍‍ ପାଇଁ ଘୋଷିତ ୧୫ ଜଣିଆ ଦଳରେ ସାମି ରିଜର୍ଭ ଖେଳାଳି ବା ଷ୍ଟାଣ୍ଡବାଇ ଭାବେ ସାମିଲ ହୋଇଛନ୍ତି। ତେବେ ତାଙ୍କୁ ମୁଖ୍ୟ ଦଳରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ବିକଳ୍ପ ଖୋଲା ରଖିଛି। ଅକ୍ଟୋବର ୧୦ ତାରିଖ ସୁଦ୍ଧା ଏ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନିଆଯାଇପାରେ। ସାମିଙ୍କୁ ମୁଖ୍ୟ ଦଳରେ ସାମିଲ କରାଯିବ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସାମିଙ୍କୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି। ଯଦି ଏହି ଦୁଇଟି ସିରିଜରେ ସାମି ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ବିଶ୍ୱକପ୍‍ ଦଳରେ ସାମିଲ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.