ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଣିକି ଓଡ଼ିଆ ମିଡିୟମ ସ୍କୁଲରେ ହେବ ସୁପର ରେଜଲ୍ଟ, ଆରମ୍ଭ ହେଲା ମିଶନ ‘ସୁପର୍-୩୦’

କଟକ: ଏଣିକି ଓଡ଼ିଆ ମିଡିୟମ ସ୍କୁଲରେ ହେବ ସୁପର ରେଜଲ୍ଟ । ଭଲ ମାର୍କ ରଖି ପାସ୍ କରିବେ ଛାତ୍ରଛାତ୍ରୀ। କଟକ ଜିଲ୍ଲା ପ୍ରଶାସନର ଅଭିନବ ଉଦ୍ୟମ। ଆରମ୍ଭ ହେଲା ମିଶନ ‘ସୁପର୍-୩୦’ । ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ଆଠଗଡ଼ର ବିଶ୍ବନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଅଭିଯାନ। ଛାତ୍ରଛାତ୍ରୀଙ୍କ ମେଧା ଶକ୍ତିର ଅନୁଧ୍ୟାନ କରାଯାଇ କିପରି ସେମାନେ ମାଟ୍ରିକରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଓ A-1 ଗ୍ରେଡରେ ପାସ୍ କରିବେ, ସେନେଇ ପ୍ରଶିକ୍ଷଣ ଦିଆଯିବ । ପ୍ରସ୍ତୁତି କରିବେ ଅଭିଜ୍ଞ ଶିକ୍ଷକଙ୍କ ସହ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ । ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରିଛନ୍ତି ଶୁଭାରମ୍ଭ।

୨୦୨୩ ମାଟ୍ରିକ୍ ପାଇଁ ନବମରେ ୬୯ ପ୍ରତିଶତ ମାର୍କ ରଖିଥିବା ୩୦ ଜଣ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରେ ଅଛନ୍ତି ୧୫ ଜଣ ଛାତ୍ରୀ ଓ ୧୫ ଜଣ ଛାତ୍ର। ସେମାନଙ୍କୁ ସ୍ବତନ୍ତ୍ର ଶିକ୍ଷାଦାନ ସହ ପରୀକ୍ଷା କରାଯିବ। ବିଦ୍ୟାର୍ଥୀଙ୍କ ପ୍ରଥମ କ୍ଲାସ୍ ନେଇଛନ୍ତି ଜିଲ୍ଲାପାଳ । ଇତିହାସ ହେଉ ଅବା ସାହିତ୍ୟ, କିପରି ସହଜ ଓ ସରଳ ଉପାୟରେ ମନେ ରଖି ହେବ ସେ ନେଇ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ। ଏଥିପାଇଁ ବିଦ୍ୟାର୍ଥୀଙ୍କୁ ପାଠ୍ୟ ଉପକରଣ ଓ ପୃଷ୍ଟିଦାୟକ ଖାଦ୍ୟ ବିଭିନ୍ନ ସଂସ୍ଥା ଯୋଗାଇ ଦେଇଛନ୍ତି । ଆଗାମୀ ଦିନରେ ପୂରା ଜିଲ୍ଲାରେ ଆରମ୍ଭ ହେବ ଏହି ଅଭିଯାନ।

Leave A Reply

Your email address will not be published.