ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମା’ ଦେଖିଛନ୍ତି ସ୍ୱାବଲମ୍ବନର ରାହା; ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ‘ମିଶନ ଶକ୍ତି’ ମାଧ୍ୟମରେ ଦେଖାଇଛନ୍ତି ରୋଜଗାରର ବାଟ

ମହିଳା ସଶକ୍ତ ହେବେ ଆଗକୁ ବଢ଼ିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ରୋଜଗାରର ବାଟ ଦେଖାଇଛନ୍ତି। ୨୦୦୧ ମସିହାରୁ ଏକ ଅକଳ୍ପନୀୟ ସମ୍ଭାବନାକୁ ନେଇ ଆଗକୁ ବଢ଼ିଥିବା ମିଶନଶକ୍ତି, ୨୦ବର୍ଷ ଭିତରେ ଏହି ଅଭିଯାନ ଏକ ସକାରାତ୍ମକ ସଶକ୍ତ ଆନ୍ଦୋଳନରେ ପରିଣତ ହୋଇଛି। ୨୦୧୯ ନିର୍ବାଚନୀ ସମୟରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଏକ ବିଭାଗ କରି ରାଜ୍ୟର ମହିଳା ଏସ୍ଏଚ୍ଜିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ରମରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗରୁ ପୃଥକ୍ ହୋଇ ସ୍ୱତନ୍ତ୍ରଭାବେ କାର୍ଯ୍ୟକ୍ଷମ ହେଲା ‘ମିଶନ୍ ଶକ୍ତି ବିଭାଗ’। ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦିଆଯାଇଛି। ମିଶନ ଶକ୍ତିର ମା’ମାନେ ଏପର୍ଯ୍ୟନ୍ତ ୬ହଜାର କୋଟି ଟଙ୍କାର ଋଣ ନେଲେଣି। ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଯାଇଛି। ଏହାସହିତ ମିଶନ ଶକ୍ତି ନିର୍ଦ୍ଦେଶାଳୟ, ଓଡ଼ିଶା ଜୀବିକା ମିଶନ୍ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍ ଅନ୍ତର୍ଗତ ରାଜ୍ୟ, ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତଏବଂ ଗ୍ରାମ୍ୟସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ସମସ୍ତ କାର୍ଯ୍ୟକ୍ରମ ଓ ଭିତ୍ତିଭୂମି, ଆସବାବପତ୍ର ଇତ୍ୟାଦି ମିଶନ ଶକ୍ତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନାରେ ରହିଛି। ମିଶନ ଶକ୍ତି ଗ୍ରୁପ୍ର ମହିଳାମାନେ କୃଷିକ୍ଷେତ୍ରଠାରୁ ଆରମ୍ଭ କରି ଶସ୍ୟ ସଂଗ୍ରହ, ବୁଣାକାର, ହସ୍ତଶିଳ୍ପ ତଥା ଶ୍ରମଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ରୋଜଗାରକ୍ଷମ ହୋଇପାରିଛନ୍ତି।

ମା’ଙ୍କ ନାଁରେ ଅବ୍ୟବହୃତ ସରକାରୀ ସମ୍ପତ୍ତି:
ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସଶକ୍ତ, ଆତ୍ମନିର୍ଭରଶୀଳ ଭାବେ ଗଢ଼ିତୋଳିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା, ବ୍ଲକ୍ ଏବଂ ପଞ୍ଚାୟତଗୁଡ଼ିକରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲା ,ବ୍ଲକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘମାନଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା ,ଦୋକାନ ଘର ଗଡ଼ିଆ ପୋଖରୀ ଇତ୍ୟାଦି ରହିଛି। ଏହାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ।

କୋଭିଡ୍ ସହାୟତା:
ରାଜ୍ୟ ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଶହ ୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟର ୩ ଶହ ୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ‘ମିଶନ ଶକ୍ତି ଭବନ’ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ହିସାବରେ ଶହେ ୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨ଶହ କୋଟି ଟଙ୍କା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଗତ ୨ବର୍ଷରେ ମିଶନ ଶକ୍ତିର ବିଭିନ୍ନ ସ୍ୱୟ ସହାୟକ ଗୋଷ୍ଠୀମାନଙ୍କଠାରୁ ୨୮ଶହ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି।

ଇ-ମାର୍କେଟିଂର ସୁବିଧା:
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମିଶନ ଶକ୍ତିର ମାଆମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା କରାଯାଇଛି। ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍ଲାଇନ ପୋର୍ଟାଲର ଶୁଭାରମ୍ଭ କରାଯିବା ସହ ଓରମାସ୍ ପରିସରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତି ରଖାଯାଇଛି। ଯାହା ଦ୍ୱାରା ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀକୁ ଦେଶ ତଥା ବିଦେଶରେ ବିକ୍ରିବଟା କରିବାର ସୁଯୋଗ ପାଇପାରିଛନ୍ତି। ଆଉ ଅଧିକ ରୋଜଗାରକ୍ଷମ ହୋଇପାରିଛନ୍ତି।

ପଞ୍ଚାୟତରେ ‘ବ୍ୟାଙ୍କସଖୀ’:
ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡିକରେ ସାଧାରଣ ଲୋକଙ୍କୁ ସୁବିଧାରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏବେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବାର ସୁବିଧା ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୨୨ ଶହ ସଦସ୍ୟା ‘ବ୍ୟାଙ୍କ୍ ସଖୀ’ଭାବେ ନିୟୋଜିତ ହୋଇଛନ୍ତି। ସେମାନଙ୍କ ଦ୍ୱାରା ଏବେ ସୁଦ୍ଧା ୮୮୦କୋଟି ଟଙ୍କାର ଅର୍ଥ କାରବାର ହୋଇଛି। ଏହାଦ୍ୱାରା ସଖୀମାନେ ମାସିକ ୩ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି।

ଡିଜିଟାଲ ମୋଡ୍ ରେ ଏସ୍ଏଚ୍ଜି:
ମହିଳାମାନଙ୍କୁ ଡିଜିଟାଲ ଦୁନିଆରେ ପାଦ ଥାପିବାର ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳାଙ୍କୁ ମୋବାଇଲ ଫୋନ୍ ଯୋଗାଇଦେବା ସହ ‘ମିଶନ୍ ଶକ୍ତି’ ମୋବାଇଲ୍ ଆପ୍ଲିକେସନ୍ରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମହିଳା ସଶକ୍ତୀକରଣର ବିଭିନ୍ନ ଯୋଜନା ଏବଂ ଏନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମୋବାଇଲ୍ ଆପ୍ ମାଧ୍ୟମରେ ଜାଣିପାରୁଛନ୍ତି। ଏହି ଆପ୍ରେ ୧ ଲକ୍ଷରୁ ଊର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସାମିଲ ହୋଇଛନ୍ତି। ଆପ୍ରେ ମିଶନ ବିଭାଗ ଅଧୀନରେ ଥିବା ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୭୦ଲକ୍ଷ ଏସ୍ଏଚ୍ଜି ସଦସ୍ୟଙ୍କ ସମ୍ପର୍କରେ ସୂଚନା ରହିଛି।

ସହରାଞ୍ଚଳରେ ଏସ୍ଏଚ୍ଜିଙ୍କ ଗୁରୁ ଦାୟିତ୍ୱ:
ମହିଳା ସଶକ୍ତୀକରଣ ଲକ୍ଷ୍ୟ ନେଇ ଆହାର କେନ୍ଦ୍ର ପରିଚାଳନାରେ ମିଶନ ଶକ୍ତି ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟର ୧୫୭ଟି ମିଶନ ଶକ୍ତିର ୨ ହଜାରରୁ ଊର୍ଦ୍ଧ୍ବ ମହିଳା ସହରାଞ୍ଚଳରେ ଥିବା ୧୬୬ରୁ ଊର୍ଦ୍ଧ୍ବ ଆହାର କେନ୍ଦ୍ରର ପରିଚାଳନାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ସେହିପରି ସହରାଞ୍ଚଳ ବାସହରାଙ୍କ ଦାୟିତ୍ୱ ନେଇଛନ୍ତି ମିଶନଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ସହରବାସୀଙ୍କୁ ୨୪ଘଣ୍ଟିଆ ପାଇପ୍ ପାଣି ଯୋଇଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ଜଳସାଥୀ’ଭାବେ ମା’ମାନେ ବିଲ୍ କଲେକ୍ସନ୍ କରିଛନ୍ତି। ପାଣି ବିଲ୍ ସଂଗ୍ରହ, ନୂତନ ପାଣି ଯୋଗାଣ ଓ ପାଣିର ମାନ ପରୀକ୍ଷା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯିବାର ପରିକଳ୍ପନା ଏବେ ସଫଳ ରୂପ ନେଇଛି। ସେହିପରି ସହରାଞ୍ଚଳରେ ମଳ ପରିଚାଳନା କେନ୍ଦ୍ର, ହୋଲ୍ଡିଂ ଟ୍ୟାକ୍ସ୍ ଆଦାୟ, ମୁକ୍ତା ଯୋଜନା ଆଦିରେ ମହିଳା ଏସ୍ଏସ୍ଜିଙ୍କ ସମ୍ପୃକ୍ତି ସଫଳ ରୂପାୟନ ହୋଇପାରିଛି।

Leave A Reply

Your email address will not be published.