ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁନ୍‌ ୧୦ରେ ‘ମିଶନ୍‌ ମଜ୍‌ନୁ’

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ସାଉଥ୍ ବିୟୁଟି ରଶ୍ମିକା ମାନ୍ଦୋନାଙ୍କ ଅଭିନୀତ ‘ମିଶନ୍‌ ମଜନୁ’ର ରିଲିଜ୍‌ ଡେଟ୍ ଇତିମଧ୍ୟରେ ପ୍ରକାଶ ପାଇଛି। ଫିଲ୍ମର ନିର୍ମାତା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏହାର ରିଲିଜ୍‌ ଡେଟ୍‌ ଘୋଷଣା କରିଛନ୍ତି। ‘ମିଶନ୍‌ ମଜନୁ’ ଜୁନ୍ ୧୦, ୨୦୨୨ରେ ରିଲିଜ୍‌ ହେବ। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଶାନ୍ତନୁ ବାଗ୍‌ଚି ଅଛନ୍ତି। ସିଦ୍ଧାର୍ଥ ଏଥ଄ରେ ଜଣେ ର’ ଏଜେଣ୍ଟ ଭାବେ ନଜର ଆସିବେ, ଯିଏକି ପାକିସ୍ତାନରେ ଏକ ଗୁପ୍ତ ଅପରେସନ୍‌ର ନେତୃତ୍ବ ନେଇଛନ୍ତି। ଏହି ଫିଲ୍ମ ମାଧ୍ୟମରେ ରଶ୍ମିକା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ମିଶନ୍‌ ମଜନୁ’ ମାଧ୍ୟମରେ ସିଦ୍ଧାର୍ଥ-ରଶ୍ମିକା ଏକ ନୂଆ ଯୋଡ଼ି ଭାବେ ଦେଖାଯିବେ। ସିଦ୍ଧାର୍ଥଙ୍କ ଅଭିନୀତ ‘ଶେରଶାହା’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥ଄ବାବେଳେ ରଶ୍ମିକାଙ୍କ ଅଭିନୀତ ‘ପୁଷ୍ପା’ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏବେ ଏହି ଯୋଡ଼ି ପରଦା ଉପରେ ଏକାଠି ଧମାଲ୍ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.