ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାକିସ୍ତାନରେ ପଶିଗଲା ଭାରତୀୟ ମିସାଇଲ

ନୂଆଦିଲ୍ଲୀ: ପାକିସ୍ତାନରେ ପଶିଗଲା ଭାରତୀୟ ମିସାଇଲ। । ଏହି ଘଟଣା ମାର୍ଚ୍ଚ ୯ ତାରିଖ ଦିନ ଘଟିଥିବା ବେଳେ କ୍ଷେପଣାସ୍ତ୍ରଟି ଭାରତ-ପାକ୍ ସୀମାରୁ ପାକିସ୍ତାନର ୧୨୪ କିଲୋମିଟର ଭିତରେ ପଡିଥିବାର କୁହାଯାଇଛି। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ଏହା ଭୁଲବସତଃ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ କୌଣସି ଯାନ୍ତ୍ରିକ କାରଣରୁ କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିକୁ ନିକ୍ଷେପ ହୋଇଯାଇଥିଲା। ଏଥିରେ ଆମେ ଦୁଃଖ ପ୍ରକାଶ କରୁଛୁ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୯ ତାରିଖରେ ସେନା ପକ୍ଷରୁ ରୁଟିନ୍‌ ମେଣ୍ଟନାସ୍‌ ଚେକିଂ ଚାଲୁଥିଲା। ତେବେ ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଘଟି କ୍ଷେପଣାସ୍ତ୍ରଟି ଫାୟାରିଂ ହୋଇ ଯାଇଥିଲା । ଏହି ଘଟଣାକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି। ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

Leave A Reply

Your email address will not be published.