ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ଷେପଣାସ୍ତ୍ର ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆରଡିଓରୁ ହାଇସ୍ପିଡ ଏକ୍ସପେଣ୍ଡେବଲ୍ ଏରିୟଲ ଟାର୍ଗେଟ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ଶୁକ୍ରବାର ସଫଳ ପରୀକ୍ଷଣ ହୋଇଛି। କ୍ଷେପଣାସ୍ତ୍ର ଘାଟି ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଏହି ଉତ୍‌କ୍ଷେପଣ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) କରିଛି। ‘ଅଭ୍ୟାସ’ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ। ଏହା ରାଡାର ଓ ଇଲେକ୍ଟ୍ରୋ ଅପ୍‌ଟିକ୍ ସିଷ୍ଟମ୍ ଦ୍ବାରା ପରିଚାଳିତ ହୋଇଥାଏ | ‘ଅଭ୍ୟାସ’କୁ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଏବଂ ବିମାନକୁ ଚିହ୍ନଟ କରି ଟାର୍ଗେଟ କରିବାରେ ବ୍ୟବହାର କରାଯାଇପାରିବ । ଏଥିରେ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ବ୍ୟବହାର କରାଯାଇଛି ଏବଂ ଏମ୍‌ଇଏମ୍‌ଏସ୍‌ ନାଭିଗେସନ୍‌ ସିଷ୍ଟମରେ ଏହା କାର୍ଯ୍ୟ କରୁଛି ।

Leave A Reply

Your email address will not be published.