ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଯୁବକ ଗିରଫ

ନନ୍ଦନକାନନ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅର୍ଜିତ ଜେନା ନାମକ ଜଣେ ୨୪ ବର୍ଷୀୟ ଯୁବକକୁ ସୋମବାର ଇନ୍ଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅର୍ଜିତଙ୍କ ଘର ଖୋର୍ଦ୍ଧା ଜିଲ୍ଲା, ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୁରରେ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଅର୍ଜିତ କ୍ୟାପିଟାଲ ହସପିଟାଲରେ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲା। ଏନେଇ ସେ ପଟିଆସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରକୁ କୋଭିଡ୍ କାର୍ଯ୍ୟ ପାଇଁ ଆସୁଥିଲା।

ସେଠାରେ ଜୈନିକା ଯୁବତୀ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲେ। ଅର୍ଜିତଙ୍କ ଏହି ଯିବାଆସିବା ଭିତରେ ୨୦୨୦ ସେପ୍ଟେମ୍ବର ମାସରୁ ଉକ୍ତ ଯୁବତୀ ଓ ଅର୍ଜିତଙ୍କ ମଧ୍ୟରେ ପରିଚୟ ହୋଇଥିଲା । ପରିଚୟରୁ ଧୀରେ ଧୀରେ ଉଭୟ ଉଭୟଙ୍କୁ ପ୍ରେମ କରିବା ଆରମ୍ଭ ହୋଇଥିଲା । ପ୍ରେମ ସମ୍ପର୍କରୁ ଉଭୟଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଗଢିଉଠିଲା। ଶେଷରେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଯେତେବେଳେ ଝିଅ ଘରବାଲା ବିବାହ ପ୍ରସ୍ତାବ ନେଇ ଅଜିତଙ୍କ ଘରକୁ ଗଲେ ଅର୍ଜିତ ସେଠାରେ ବିବାହ ହେବାକୁ ମନାକଲା । ଉକ୍ତ ଝିଅଟି ଗତ ୧୦ ତାରିଖରେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଆଜି ଅର୍ଜିତ କ୍ୟାପିଟାଲ ହସ୍ପିଟାଲ କାର୍ଯ୍ୟକୁ ଆସୁଥିବାବେଳେ ପୁଲିସ ତାକୁ ଗିରଫ କରିଥିଲା ।

Leave A Reply

Your email address will not be published.