ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନ ଦ୍ଵିପ୍ରହରରରେ ଯୁବକଙ୍କ ମୁଣ୍ଡକୁ ଗୁଳିମାଡ କଲେ ଦୁର୍ବୁତ୍ତ

ଢେଙ୍କନାଳ: ଦିନ ଦ୍ଵିପ୍ରହରରରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳିମାଡ । ଯୁବକଙ୍କ ମୁଣ୍ଡରେ ବାଜିଛି ଗୁଳି । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାରେ ଘଟିଛି ଏଭଳି ଘଟଣା । ଗୁରୁତର ଯୁବକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ନାଁ ରବି କୁମାର ବୋଲି ଜଣାପଡିଛି । ରବି କୁମାର ଟାଟାଷ୍ଟିଲ ମେରାମଣ୍ଡଳୀ କମ୍ପାନୀରେ କ୍ରେନ ଅପରେଟର ଭାବେ କାମ କରନ୍ତି।

ସୂଚନା ଅନୁସାରେ, ରବି କୁମାର ନିଜ ଡ୍ୟୁଟି ସାରି ଚାଲି ଚାଲି ଘରକୁ ଫେରିବା ବାଟରେ ଦିନ ଦ୍ଵିପ୍ରହରରରେ ବିଚ୍‌ ରାସ୍ତାରେ ଦୁର୍ବୃତ୍ତ ଫାୟାରିଂ କରିଛି । ରବି କୁମାରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାଡ ହୋଇଛି । ଗୁଳିମାଡ ପରେ ଯୁବକ ଜଣକ ତଳେ ପଡିଯାଇଥଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ କିଏ ଓ କାହିଁକି ରବି କୁମାରଙ୍କୁ ଗୁଳିମାଡ଼ କଲା ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ କଣ୍ଟାବଣିଆ ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.