ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟିଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରେ ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଲୁଟ୍ ର ଶିକାର ହୋଇଛନ୍ତି ଢେଙ୍କାନାଳ ଦେବୀ ମେଡ଼ିକାଲ ଷ୍ଟୋରର କର୍ମଚାରୀ ଜ୍ଞାନରଞ୍ଜନ ସାହୁ । ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ପ୍ରଥମେ ବନ୍ଧୁକ ଦେଖାଇ ଜ୍ଞାନରଞ୍ଜନ ସାହୁଙ୍କ ଗାଡିକୁ ଅଟକାଇ ମାଡ଼ ମାରିଥିଲେ । ଏବଂ ତାଙ୍କ ବ୍ୟାଗରେ ବିଭିନ୍ନ ଔଷଧ ଦୋକାନରୁ କଲେକ୍ସନ ହୋଇଥିବା ୮୦ ହଜାର ଟଙ୍କାକୁ ଲୁଟି ନେଇ ଚମ୍ପଟ ମାରିଥିଲେ । ଏ ନେଇ ଜ୍ଞାନରଞ୍ଜନ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି କାମାକ୍ଷାନଗର ପୋଲିସ ଅଧିକ ତନାଘନା ଜାରି ରଖିଛି

Leave A Reply

Your email address will not be published.