ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ୨୨ ହଜାର ଟଙ୍କା ଲୁଟ

ବାଲିପାଟଣା : ପୁଣି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନ ରେ ଲୁଟ୍ ହୋଇଛି । ଫାଇନାନ୍ସ କର୍ମଚାରୀ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୨ ହଜାର ଟଙ୍କା ଲୁଟି ନେଲେ ତିନି ଲୁଟେରା । ଘଟଣା ଘଟିଛି ବାଲିପାଟଣା ଥାନା ଭାକରସାହି ରାସ୍ତାରେ ।

ସୂର୍ଯୋଦୟ ଫାଇନାନ୍ସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ଋଣ ଟଙ୍କା ଆଦାୟ କରି ବନମାଳିପୁର ଅଭିମୁଖେ ଫେରୁଥିଲା ବେଳେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଭାକରସାହି କେନାଲ ବନ୍ଧ ରାସ୍ତାରେ ଅଟକାଇ ଥିଲେ । କିଛି ବୁଝିବା ପୂର୍ବରୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ସହ ପାଖରେ ଯାହା ଅଛି ଦେଇଦେବାକୁ କହିଥିଲେ। ସେହି ସମୟରେ ଅନ୍ୟ ଜଣେ ତାଙ୍କ ଠାରୁ ୨୨ ହଜାର ଟଙ୍କା ଏବଂ ଦାମୀ ମୋବାଇଲ ଫୋନ ଛଡାଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରି ଥିଲା। ଖବର ପାଇ ବାଲିପାଟଣା ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି। ଦିନ କୁ ଦିନ ଚୋରୀ ଡକାୟତି ବଢିବାରେ ଲାଗିଛି ବାଲି ପାଟଣା ଅଞ୍ଚଳରେ । ସାଧାରଣ ଜନତା, ଫାଇନାନ୍ସ କର୍ମଚାରୀ, ବ୍ୟାଙ୍କ ସବୁ ଅସୁରକ୍ଷିତ ହୋଇ ପଡିଛି ।

Leave A Reply

Your email address will not be published.