ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶିକ୍ଷୟିତ୍ରୀଙ୍କଠାରୁ ୨ଲକ୍ଷ ଲୁଟିନେଲେ ଲୁଟେରା, ପୋଲିସ ର ତଦନ୍ତ ଜାରି

ଭଦ୍ରକ: ଦିନ ଦ୍ବିପ୍ରହରରେ ଲୁଟର ଶିକାର ହେଲେ ଶିକ୍ଷୟିତ୍ରୀ । ବ୍ଲାକ ପଲସରରେ ଆସି ଜନଗହଳି ପୂର୍ଣ୍ଣ ଭଦ୍ରକ ଟାଉନ ଥାନା ଅଧିନ ବନ୍ତ ଛକ ନିକଟରୁ ଶିକ୍ଷୟିତ୍ରୀଙ୍କ ବ୍ୟାଗରୁ ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଭଦ୍ରକ ସାବରଙ୍ଗ ଥାନା ଅନ୍ତର୍ଗତ ବେନ୍ତାଳ ଗ୍ରାମର ରତିକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ଶିକ୍ଷୟତ୍ରୀ ଉଷାରାଣି ମିଶ୍ର ଆଜି ଭଦ୍ରକ ଅପର୍ତ୍ତିବିନ୍ଧା ସ୍ଥିତ ମୁଖ୍ୟ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ । ଉଠାଇଥିବା ଟଙ୍କାକୁ ପତ୍ନୀ ଉଷାରାଣି ନିଜ ଭ୍ୟାନିଟ ବ୍ୟାଗରେ ରଖି ଉଭୟ ଦମ୍ପତି ଘରକୁ ଫେରୁଥିଲେ । ଜନ ଗହଳି ପୂର୍ଣ୍ଣ ବନ୍ତ ଛକ ନିକଟରେ ଦୁଇ ଜଣ ଲୁଟେରା ପଲସରରେ ଆସି ଶିକ୍ଷୟତ୍ରୀଙ୍କ ଭ୍ୟାନିଟ ବ୍ୟାଗକୁ ଝାମ୍ପିନେଇ ଦୁଇ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଦମ୍ପତି ଚିତ୍କାର କରୁଥିବା ବେଳେ, ଲୁଟେର ଙ୍କ ସନ୍ଧାନ କେହି ପାଇନଥିଲେ । ଏନେଇ ଦମ୍ପତି ଭଦ୍ରକ ଟାଉନ ଥାନା ରେ ଅଭିଯୋଗ କରିଥିବା ବେଳେ, ପୋଲିସ ଏହାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.