ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଓ୍ବାର୍ଡ ସଭ୍ୟଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ

ବାଲେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଓ୍ବାର୍ଡ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ । ନିଜ କାମ ସାରି ଘରକୁ ଫେରୁଥିବାବେଳେ ଅଧା ବାଟରେ ଓ୍ବାର୍ଡ ସଭ୍ୟଙ୍କୁ ଗୋଡେଇ ଗୋଡେଇ ହାଣିବା ସହ ବାଇକକୁ ପୋଡ଼ି ଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଓ୍ବାର୍ଡ ସଭ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡ଼ାଲଙ୍ଗ ଗାଁରେ ୬ନଂ ୱାର୍ଡର ସଭ୍ୟ ଦୀପକ ପାଣିଗ୍ରାହୀ କୌଣସି ଏକ କାମ ପାଇଁ ଜଳଦା ପଞ୍ଚାୟତ ସମ୍ପେଇ ଗାଁକୁ ଯାଇଥିଲେ । କାମ ସାରି ଘରକୁ ଫେରୁଥିବା ବେଳେ ତୁଟ ମୁନିପଦା ଠାରେ ୭ରୁ ଅଧିକ ଯୁବକ ମୁଁହରେ ଲୁଗା ବାନ୍ଧି ଭୁଜାଲି ଓ ପାଇପରେ ତାଙ୍କୁ ଆକ୍ରମଣ କରିଥିଲେ ।

ଦୀପକ ଜୀବନ ବିକଳରେ ଦୌଡ଼ି ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଘଟଣା ଭିଆଇବା ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଚିତ୍କାର ଶୁଣି ପାଖ ଲୋକମାନେ ଗୁରୁତର ଅବସ୍ଥାରେ ଦୀପକଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି । କିଛି ଦିନ ତଳେ ତୁଡ଼ିଗଡିଆ ବଜାରରେ କିଛି ଗଣ୍ଡଗୋଳକୁ ନେଇ ତୁଟ ଗାଁର କିଛି ଯୁବକଙ୍କ ସହିତ ଦୀପକଙ୍କର ଯୁକ୍ତିତର୍କ ହୋଇଥିଲା । ସେହି ଘଟଣାଙ୍କୁ ନେଇ ଦୀପକଙ୍କୁ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.