ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ଼ିକି ଭାଙ୍ଗି ଲକ୍ଷେଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଢେଙ୍କାନାଳ : କାମାକ୍ଷାନଗର ଥାନା ମେଡିକାଲ ସାମ୍ନା ରୁ ବାଇକ ଡ଼ିକି ଭାଙ୍ଗି ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟିଲେ ଦୁର୍ବୁତ୍ତ । ସୂଚନା ଅନୁସାରେ ପରଜଙ୍ଗ ଥାନା ଗୁରୁଜାଙ୍ଗୁଲି ଉପ୍ରା ବିଦ୍ୟାଳୟ ର ଶିକ୍ଷକ ବିଜୟ କୁମାର ସାହୁ ବିଦ୍ୟାଳୟ ର ଏମଡ଼ିଏମ ଟଙ୍କା ଉଠାଇବାପାଇଁ କାମାକ୍ଷାନଗର ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ କୁ ଆସିଥିଲେ । ବ୍ୟାଙ୍କ ରୁ ଟଙ୍କା ଉଠାଇବା ପରେ ବିଜୟ ଓ ବିଦ୍ୟାଳୟ ଶିକ୍ଷା କମିଟି ର ସଭାପତି କାମାକ୍ଷାନଗର ମେଡିକାଲ ସାମ୍ନାରେ ଥିବା ଏକ ମେଡ଼ିସିନ ଦୋକାନ ରୁ ମେଡ଼ିସିନ କିଣୁଥିଲେ ।

ମେଡ଼ିସିନ କିଣିବା ସମୟରେ ଅନ୍ୟମନସ୍କ ରହିଥିବା ଯୋଗୁ ଦୁଇ ଜଣ ଦୁର୍ବୁତ୍ତ ବିଜୟ ଙ୍କ ବାଇକ ଡ଼ିକି ଭାଙ୍ଗି ସେଥିରେ ଥିବା ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟି ନେଇ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲେ । ଏ ସମ୍ପର୍କ ରେ ବିଜୟ ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ସ୍ପଷ୍ଟ ଦିବାଲୋକ ରେ ମେଡିକାଲ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ରୁ ଲୁଟ କୁ ନେଇ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.