ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନେଲକଟରରେ ନାଗ ସାପର ଦାନ୍ତ କାଟିବା ଘଟଣା: ଅଭିଯୁକ୍ତକୁ ଗିରଫ କଲା ବନବିଭାଗ

ବଲାଙ୍ଗୀର: ବଲାଙ୍ଗୀର ବିଲେଇସର୍ଡା ଗାଁରେ ନାଗ ସାପ ଧରି ନେଲକଟରରେ ତା’ର ଦାନ୍ତ ଭାଙ୍ଗୁଥିବାର ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ। ଅଭିଯୁକ୍ତ ବୀର ବିଶ୍ଵାଳକୁ ଗିରଫ କରିଛି ବନବିଭାଗ । ଏକ ନାଗ ସାପକୁ ଧରିବା ପରେ ନେଲକଟର ଯୋଗେ ଗାଁ ମଝିରେ ସାପର ଦାନ୍ତ ଉପାଡି ଦେଇଥିଲା ଅଭିଯୁକ୍ତ। ଅମାନୁଷିକ ଭାବେ ନାଗକୁ ଦିଆଯାଇଥିଲା ନିର୍ଯାତନା। ଆଜି ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ।

ଏହି ଭାଇରାଲ୍ ଭିଡିଓର ଖବର ପ୍ରସାରଣ ପରେ ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ବନ ବିଭାଗ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଫେରାର୍ ଥିବା ଅଭିଯୁକ୍ତ ବୀର ବିଶ୍ଵାଳକୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ବୀର ବିଶ୍ୱାଳ ପୁଇଁନ୍ତଲା ଥାନା ଅନ୍ତର୍ଗତ ବିଲେଇସର୍ଡା ଗାଁର ବୋଲି ଜଣାପଡିଛି। ବୀର ବିଶ୍ୱାଲ ବିଭିନ୍ନ ସମୟରେ ସାପକୁ ଉଦ୍ଧାର କରିବା ପରେ ନିଶା ପାନ କରି ଏପରି ଷ୍ଟଣ୍ଟ ସୋ କରୁଥିବା ଜଣାପଡିଛି।

Leave A Reply

Your email address will not be published.