ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ଭୁବନେଶ୍ୱର : ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରୁଛି। ପୁଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି । ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଘର ପୁରୀ ଅଞ୍ଚଳରେ ହୋଇଥିବା ବେଳେ ସେ କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାରେ ରହି ଚାକିରି କରୁଥିଲେ।

ଏହି ସମୟରେ ସେହି ଅଫିସରେ କାମ କରୁଥିବା ଜଣେ ଯୁବକଙ୍କ ସହ ତାଙ୍କର ପରିଚିତ ହୋଇଥିଲା। ଯୁବକ ଜଣଙ୍କ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ନିଜ ରୁମ୍‌କୁ ଡାକି ନେଇ ଦୁଷ୍କର୍ମ କରିଥିଲେ । ଏପରିକି ଜବରଦସ୍ତି ମଧ୍ୟ ତାଙ୍କ ଗର୍ଭପାତ କରିଥିବା ମଧ୍ୟ ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଧରିବାକୁ ଚଢଉ ଜାରି ରଖିଛି ।

Leave A Reply

Your email address will not be published.