ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ମାର୍ଟ ଫୋନ୍‌ କିଣିବା ନିଶା; ଟଙ୍କା ପାଇଁ ରକ୍ତ ବିକିବାକୁ ୩୦ କି.ମି ବସ୍‌ରେ ଯାତ୍ରା କରି ହସ୍ପିଟାଲରେ ପହଞ୍ଚିଲା ନାବାଳିକା

କୋଲକାତା: ଆଜିକାଲି ସବୁକିଛି ମୋବାଇଲ ଫୋନ ଦ୍ବାରା କରିବା ସମ୍ଭବ। ଏଥିପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। କିନ୍ତୁ ସ୍ମାର୍ଟଫୋନ ନିଶାରେ ପଶ୍ଚିମବଙ୍ଗର ଜଣେ ନାବାଳିକା ଯାହା କରିଛନ୍ତି ତାହା ଶୁଣିଲେ ଅନେକ ହୁଏତ ଆଶ୍ଚର୍ଯ୍ୟ ହୋଇପଡ଼ିବେ। ପଶ୍ଚିମବଙ୍ଗର ଦିନାଜପୁରର ଜଣେ ନାବାଳିକା ସ୍ମାର୍ଟଫୋନ କିଣିବାକୁ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ନିଜର ରକ୍ତ ବିକ୍ରି କରିବା ଲାଗି ଦୀର୍ଘ ୩୦ କିମି ବସ୍‌ରେ ଯାତ୍ରା କରି ହସ୍ପିଟାଲରେ ପହଞ୍ଚିଥିବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।

ମିଳିଥିବା ଖବର ଅନୁସାରେ ଦିନାଜପୁର ଜିଲ୍ଲା ତପନ ଅଞ୍ଚଳର ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଅଚାନକ ଭାବେ ବାଲୁରଘାଟ ଜିଲ୍ଲା ହସ୍ପିଟାଲ୍‌ର ବ୍ଲଡ୍‌ବ୍ୟାଙ୍କରେ ପହଞ୍ଚି ନିଜର ରକ୍ତ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତେବେ ରକ୍ତ ବିକିବା ପଛର କାରଣ ପଚାରିବାରୁ ପ୍ରଥମେ ସ୍ମାର୍ଟ ଫୋନ କଥା ଲୁଚାଇଥିଲେ ନାବାଳିକା। ନାବାଳିକା ଜଣକ ନିଜ ବାପା-ମା’ ନଥିବା ମିଛ କହିଥିଲେ। ପରେ ସବୁକଥା କହିଥିଲେ। ଗରିବ ଘର ହୋଇଥିଲେ ମଧ୍ୟ ସ୍ମାର୍ଟ ଫୋନ୍ ବ୍ୟବହାର କରିବାକୁ ଇଚ୍ଛା ଥିଲା। ଏଥିପାଇଁ ସେ ଏକ ସ୍ମାର୍ଟ ଫୋନ୍‌ ଅର୍ଡ଼ର କରିଥିଲେ। କିନ୍ତୁ ଫୋନର ଦାମ ୯୦୦୦ ଟଙ୍କା ଯୋଗାଡ଼ କରିପାରି ନଥିବାରୁ ରକ୍ତ ବିକିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନାବାଳିକା ଜଣକ କହିଥିଲେ। ଏଭଳି ବିଷୟ ଜାଣିବା ପରେ ରକ୍ତ ଭଣ୍ଡାର କର୍ମଚାରୀମାନେ ସମ୍ଭୀଭୂତ ହୋଇଯାଇଥିଲେ। ହେଲେ ରକ୍ତ ଭଣ୍ଡାରରେ ରକ୍ତ କିଣାଯାଏ ନାହିଁ ବୋଲି ସେମାନେ କହିବା ସହିତ ନାବାଳିକାକୁ ହସ୍ପିଟାଲ କର୍ମଚାରୀମାନେ ଶିଶୁ ଯତ୍ନ ବିଭାଗକୁ ସୂଚନା ଦେଇଥିଲେ। ପରେ ପରେ ସଂପୃକ୍ତ ନାବାଳିକାକୁ ଏକ ଏନଜିଓକୁ ହସ୍ତାନ୍ତର କରାଯିବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ନାବାଳିକାଙ୍କ ପିତା ଜଣେ ପନିପରିବା ବିକ୍ରେତା ହୋଇଥିଲା ବେଳେ ଝିଅର ଏଭଳି କାର୍ଯ୍ୟକୁ ନେଇ କିଛି ଜାଣି ନଥିବା କହିଛନ୍ତି।

Leave A Reply

Your email address will not be published.