ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ନକରିବା ପାଇଁ ଥାନାରେ ପହଁଚିଲେ ନାବାଳିକା, ପରିବାର ଲୋକଙ୍କ ବିରୋଧରେ ଆଣିଲେ ଅଭିଯୋଗ

ବାହାନଗା: ସୋର ଥାନା ଅଧିନସ୍ଥ କୋଚିଆକୋଇଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣାକ୍ରମେ ଥାନାରେ ନାବାଳିକା ଛାତ୍ରୀ ହାଜର ହୋଇ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୋର ଥାନାଧିକାରୀ ସୁଜାତା ଖମାରୀ ଛାତ୍ରୀଙ୍କ ଅଭିଯୋଗକୁ ବିଚାରକୁ ନେଇ ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ତାକୁ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରାଯାଇଛି। ସୂଚନା ମୁତାବକ କୋଚିଆକୋଇଲି ଅଞ୍ଚଳର ନାବାଳିକା ଛାତ୍ରୀ ସ୍ନେହା(୧୫)(ଛଦ୍ମନାମ)ଙ୍କୁ ତାଙ୍କ ପରିବାର ଲୋକ ଜୋର ଜବରଦସ୍ତ ବିବାହ ଦେବା ପାଇଁ ଯୋଜନା ଚଳାଇଥିଲେ। ହେଲେ ବିବାହ ବୟସ ହୋଇନଥିବା ସ୍ନେହା ପଢିବାକୁ ଚାହୁଁଥିବାରୁ କୌଣସି ମତେ ଘରୁ ବାହାରି ସୋର ଥାନାରେ ପହଂଚି ଘଟଣା ବାବଦରେ ସୂଚନା ଦେଇଥିଲେ। ସୋର ଥାନା ଆଇଆଇସି ସୁଜାତା ଖମାରି ଛାତ୍ରୀଙ୍କୁ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରିବା ସହିତ ବାଲ୍ୟ ବିବାହ ଅଭିଯୋଗର ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.