ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାବାଳିକା ଝିଅର ବାହାଘର ବନ୍ଦ କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ବାଲେଶ୍ୱର: ରବିବାର ଦିନ ବାହାଘର ହେବାକୁ ଥିବା କନ୍ୟାପକ୍ଷର ସମସ୍ତ ପ୍ରସ୍ତୁତି ସରିଥାଏ।ହେଲେ ଝିଅ ନାବାଳିକା ଥିବା ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଝିଅ ଘରକୁ ଯାଇ ବାହାଘର ବନ୍ଦ କରିଛନ୍ତି। ଏହି ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ଗ୍ରାମରେ ଘଟିଛି। ଏହି ଗ୍ରାମର ନିବାସୀ ରମେଶ ଚନ୍ଦ୍ର ରଥଙ୍କ ସାନ ଝିଅର ବାହାଘର ରବିବାର ଦିନ ହେବାକୁ ଥିଲା। ତେବେ ଝିଅର ବୟସ ୧୮ବର୍ଷରୁ କମ ଥିଲା। ଏହି ଖବର କୌଣସି ସୂତ୍ରରୁ ବାଲେଶ୍ୱର ଜିଲ୍ଳାପାଳ ଜାଣିପାରି ଥିଲେ। ଶନିବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡିସିପିଓ ଯୁବକ ମାଝୀ, ରେମୁଣା ସିଡିପିଓ, ଏକ୍ସନଏଡ ସଂଯୋଜକ ଶକୁନ୍ତଳା ଦାସ, ପ୍ରୋଗ୍ରାମ ମେନେଜର ଘାସିରାମ ପଣ୍ଡା ସମେତ ଖନ୍ତାପଡ଼ା ଥାନା ପୁଲିସ ଶ୍ରୀଜଙ୍ଗ ଗ୍ରାମକୁ ଯାଇ ଶ୍ରୀ ରଥଙ୍କ ଘରେ ପହଞ୍ଚି ବାହାଘର ବନ୍ଦ କରିଥିବା ଜଣାଯାଇଛି। ଝିଅର ବାପା ଶ୍ରୀ ରଥ ୧୮ବର୍ଷ ନପୂରିବା ପର୍ଯ୍ୟନ୍ତ ଝିଅ ବାହାଘର କରିପାରିବେ ନାହିଁ ବୋଲି ଲିଖିତ ଦେଇଛନ୍ତି। ରବିବାର ଦିନ ଝିଅକୁ ବାଲେଶ୍ୱର ସଦର ମହକୁମା ଆଣି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରିବା ପାଇଁ ଡିସିପିଓ ମାଝୀଙ୍କ ତରଫରୁ ନାବାଳିକା ଝିଅର ବାପା ଶ୍ରୀରଥଙ୍କୁ  ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.