ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅମାନୁଷିକ ଘଟଣା, ମାସେ ଧରି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ନା ବାଳିକାଙ୍କୁ ଆମାନୁଷିକ ଭାବେ ଦିନେ  କି ଦୁଇ ଦିନ ନୁହେଁ, ମାସାଧିକ କାଳ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି। ଅନ୍ୟ ଅଭିଯୁକ୍ତମନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସୂଚନା ଅନୁଯାୟୀ, ଉକ୍ତ ନାବାଳିକା ଜଣଙ୍କ ଷଷ୍ଠ ଶ୍ରେଣୀରେ ଛାତ୍ରୀ। ସେ ତାଙ୍କ ମା’ ସହ ଘରେ ରୁହନ୍ତି। ଦିନେ ମାଆଙ୍କ ଅନୁପସ୍ଥିତିରେ ୫ ଜଣ ଲୋକ ଘରେ ପଶି ଡରାଇ ଧମକାଇ ନାବାଳିକାକୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବୁ ବୋଲି ସେମାନେ ଧମକ ଦେଇଥିଲେ। ଦିନେ କି ଦୁଇ ଦିନ ନୁହେଁ, ମାସାଧିକ କାଳ ନାବାଳିକାକୁ ତା’ ଘର ଭିତରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଝିଅଟି ଏ ସମ୍ପର୍କରେ ନିଜ ମାଆକୁ କହିଥିଲା। ହେଲେ ମାଆ ଥାନାରେ ଅଭିଯୋଗ ନ କରି ନୀରବ ରହିଥିଲେ।

ନାବାଳିକା ଜଣକ ଏ ମମ୍ପର୍କରେ ନଜ ବିବାହିତା ବଡ଼ ଭଉଣୀଙ୍କୁ ଫୋନ୍‌ରେ କହିଥିଲେ। ସାନ ଭଉଣୀର ଫୋନ୍‌ କଲ ପାଇ ଘରକୁ ଆସିଥିଲେ ବଡ଼ ଭଉଣୀ। ସାନ ଭଉଣୀଠାରୁ ସବୁ କଥା ଶୁଣିବା ପରେ ଏନେଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Leave A Reply

Your email address will not be published.