ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫଟୋ ଉଠାଇବା ହେଲା କାଳ, ଗୋଡ଼ ଖସି ଡ୍ୟାମ ପାଣିରେ ଚାଲିଗଲା ଜୀବନ

ଔପଦା: ଫଟୋ ଉଠାଇବା ହେଲା କାଳ । ଡ୍ୟାମରେ ଭାସିଗଲେ ଜଣେ ନାବାଳକ । ଭଦ୍ରକ ଜିଲ୍ଲା କାଉପୁର ଉଳାଙ୍ଗ ଗ୍ରାମରେ ମଙ୍ଗଳା ଜେନା ଙ୍କର ୧୬ ବର୍ଷୀୟ ନାବାଳକ ସେହି ଗ୍ରାମର ଗ୍ରାମ ର ୨ ଜଣ ସାଙ୍ଗ ସହିତ ଅପରାହ୍ନ ୩ ଘଟିକା ସମୟରେ ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ଫତେପୁର ପଞ୍ଚାୟତର ଷୋଳ ଭଉଣୀ ଡ୍ୟାମରେ ଗାଧୋଇବା ସହିତ ଫଟୋ ଉତ୍ତୋଳନ କରିବା ସମୟରେ ଗୋଡ଼ ଖସିଯାଇଥିଲା । ଫଳରେ ପାଣି ପ୍ରଖର ଶ୍ରୋତରେ ନାବାଳକ ଜଣକ ଭାସି ଯାଇଥିଲେ । ସାଙ୍ଗ ମାନେ ଚିତ୍କାର କରିବାରୁ ପାଖରେ ମାଛ ଧରୁଥିବା ଧୀବର ମାନେ ପହଁଚି ଏହି ନାବାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବ୍ୟକ୍ତିଗତ ଗାଡ଼ିରେ ନାବାଳକଙ୍କୁ ଖଇରା ମେଡ଼ିକାଲକୁ ଆଣିଥିଲେ ।ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବରପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.