ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧେଇବା ସମୟରେ ପୋଖରୀରେ ବୁଡି ନାବାଳକ ମୃତ

ଶୁକୃଳି/ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ରରୁଆଁ ଥାନା ଅନ୍ତର୍ଗତ ମହୁଲିଆଶୁଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁତ୍ର ପ୍ରିନ୍ସ ଗିରିଙ୍କ (୧୪) ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହୁଲିଆଶୁଲି ଗାଁରେ ଥିବା ଗୁଡି ପୋଖରୀରେ ପ୍ରିନ୍ସ ଗାଧେଇବାକୁ ଯାଇ ଗୋଡ ଖସିଯିବା କାରଣରୁ ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି । ସେ ପହଁରା ଜାଣି ନଥିବାରୁ ପାଣିରେ ବୁଡି ଜୀବନ ଚାଲି ଯାଇଥିବା ଅନୁମାନ କରାଯାଇଛି । ଘଟଣା ଘଟିବା କିଛି ସମୟ ପରେ ଅଗ୍ନିଶମ ସେବା କର୍ମଚାରୀ ଖବର ପାଇ ସଙ୍ଗେ ସଙ୍ଗେ ପହଁଚି ପୋଖରୀରୁ ମୃତ୍ୟୁ ଦେହ ଉଦ୍ଧାର କରି ଶୁକୃଳି ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ରରୁଆଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.